କନକ ବ୍ୟୁରୋ : ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କଡା ସୁରକ୍ଷାବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୋଦୀ ପ୍ରଥମଥର ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଛନ୍ତି । ପାର୍ଟି ଅଫିସରେ ଦଳୀୟ ସାଂସଦ, ବିଧାୟକ ଓ ଶୀର୍ଷ ନେତୃତ୍ବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୀର୍ଘସମୟର ଆଲୋଚନାରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ସରକାର ଓ ସଙ୍ଗଠନକୁ ନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ମୋଦୀ । ମିଳିଥିବା ସୂଚନା ମୁତାବକ, ନୂଆ ସରକାରର ୬ ମାସର ହିସାବକିତାବ ନେଇଛନ୍ତି ମୋଦୀ । ଦଳୀୟ ବିଧାୟକ ଓ ସାଂସଦଙ୍କ ଠାରୁ ରିପୋର୍ଟ ନେବା ସହ ସରକାର ଓ ସଙ୍ଗଠନକୁ କିଭଳି ଆହୁରି କ୍ରୀୟାଶୀଳ କରାଯାଇପାରିବ ସେନେଇ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ
ତିନି ଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ବିମାନବନ୍ଦର ବାହାରେ ସାଧାରଣ ସଭା । ବିରୋଧୀଙ୍କୁ ଟାର୍ଗେଟ, ଓଡିଶାକୁ ପ୍ରଶଂସା
ପାର୍ଟି ଅଫିସରେ ଦଳୀୟ ସାଂସଦ, ବିଧାୟକ ଓ ଶୀର୍ଷ ନେତୃତ୍ବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୀର୍ଘସମୟର ଆଲୋଚନାରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ସରକାର ଓ ସଙ୍ଗଠନକୁ ନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ମୋଦୀ ।