କନକ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ବିଜେପି ସରକାରକୁ ଏକ ପୂର୍ତ୍ତି ହୋଇଛି । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିଧିବଦ୍ଧ ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର କୁଶିନଗରରୁ ବାହାରି ଅପରାହ୍ଣ ୩.୪୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ନରେନ୍ଦ୍ର ମୋଦୀ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ୩.୪୫ ମିନିଟ୍ରେ ଏୟାରପୋର୍ଟରୁ ଜନତା ମୈଦାନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିବେ ପ୍ରଧାନମନ୍ତ୍ରୀ । ୪.୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪.୧୫ରୁ ୫.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସରକାରଙ୍କ ଉପଲବ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଏହାପରେ ୫.୩୫ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ଭୁବନେଶ୍ୱର ଅଭିମୁଖେ ବାହାରିବ । ୫.୪୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦୀ ।
୫.୫୦ ମିନିଟ୍ରେ ବିଶାଖାପାଟନମ୍ ପାଇଁ ଉଡ଼ାଣ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ ଜୁନ୍ ୧୨ ତାରିଖରେ ରାଜ୍ୟରେ ଏକ ବର୍ଷ ପୂରଣ କରିଛି ବିଜେପି ସରକାର । ୨୪ ବର୍ଷର ବିଜେଡି ସରକାରକୁ ଭାଙ୍ଗି ସତ୍ତାକୁ ଆସିଥିଲା ବିଜେପି । ଏହାପରେ ରାଜ୍ୟବାସୀଙ୍କ ଆଗରେ ରିପୋର୍ଟ କାର୍ଡ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଖାଣିଥିଲେ ବର୍ଷକର ଉପଲବ୍ଧି । କହିଥିଲେ, "ଲୋକଙ୍କ ଆଶା ପୂରଣ କରିଛୁ । ଗରିବ, ଚାଷୀ, ମହିଳା ଓ ଯୁବକଙ୍କ ପାଇଁ ନିରନ୍ତର କାମ ଚାଲିଛି, ଶିଳ୍ପର ହବ୍ ହେବ ଓଡ଼ିଶା । ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍ ଯଥେଷ୍ଟ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/16/lhCXfDkN6D3Vrj7ohPrJ.jpg)