ଆସିବେ ମୋଦୀ: ସରିଲା କାରକେଡ୍‌ ରିହର୍ସଲ, ସୁରକ୍ଷାବଳୟରେ ପୂରା ଝାରସୁଗୁଡ଼ା

Advertisment

ରାତି ପାହିଲେ ଓଡ଼ିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦୀ । ଝାରସୁଗୁଡାରେ ଡେରା ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଘନ ଘନ ବୈଠକ କରି ପ୍ରସ୍ତୁତିର କରୁଛନ୍ତି ତଦାରଖ । ପ୍ରଧାନମନ୍ତ୍ରୀଙ୍କ ହାତରେ ୧୭ଶହ କୋଟିର ପ୍ରକଳ୍ପ ଭେଟି ଦେବେ ମୋହନ ।  

ରାତି ପାହିଲେ ଓଡ଼ିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦୀ । ଝାରସୁଗୁଡାରେ ଡେରା ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଘନ ଘନ ବୈଠକ କରି ପ୍ରସ୍ତୁତିର କରୁଛନ୍ତି ତଦାରଖ । ପ୍ରଧାନମନ୍ତ୍ରୀଙ୍କ ହାତରେ ୧୭ଶହ କୋଟିର ପ୍ରକଳ୍ପ ଭେଟି ଦେବେ ମୋହନ ।  

34-modi coming

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଯୁବ ସମାବେଶରେ ଯୋଗ ଦେବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡ଼ିଶା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି। ନିଜେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସନ୍ତୁ ଭଲ କଥା । ହେଲେ ରାଜ୍ୟ ଲାଭ ପାଇବା ଦରକାର । 

ସମୟ ଗଡ଼ୁଛି, ଉତ୍କଣ୍ଠା ବଢୁଛି । ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଆସିବେ । ସେବା ପର୍ବ ଓ  ଯୁବ ସମାବେଶରେ ଯୋଗଦେବେ ମୋଦୀ । ସମାବେଶକୁ ସଫଳ କରିବାକୁ ପ୍ରସ୍ତୁତିପର୍ବରେ ଶେଷ ସ୍ପର୍ଶ ଦିଆଯାଉଛି । ବିମାନବନ୍ଦରରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଞ୍ଚିବେ । ଏଥିପାଇଁ ଆଜି ବିମାନବନ୍ଦରରୁ ସଭାସ୍ଥଳୀ ପର୍ଯ୍ୟନ୍ତ କାରକେଡ ରିହର୍ସଲ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ସମୀକ୍ଷା କରିଥିବା ବେଳେ ଆଜି ତାଙ୍କ କ୍ୟାବିନେଟ ସହଯୋଗୀ ସମାବେଶସ୍ଥଳରେ ରହି ପ୍ରତିଟି ଦିଗ ଉପରେ ନଜର ରଖିଛନ୍ତି । 


ଦେଢ ଘଣ୍ଟା ଧରି ସଭାସ୍ଥଳରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଯୁବ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଓଡ଼ିଶାକୁ ବଡ଼ ଭେଟି ଦେବେ ମୋଦୀ । 
ଓଡ଼ିଶାକୁ ଭେଟି ଦେବେ ମୋଦୀ 
- ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ
- ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ 
- ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ 
- କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣ 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷାବଳୟ ଭିତରେ ପୂରା ଝାରସୁଗୁଡ଼ା । ଛକ ଛକରେ ପୁଲିସ ଜଗିଥିବା ବେଳେ ପୂରା ସହରରେ ଚାଲିଛି ପାଟ୍ରୋଲିଂ । ସନ୍ଧାନୀ କୁକୁରକୁ ଧରି ସଭାସ୍ଥଳରେ ଟିକିନିଖି ଯାଞ୍ଚ କରିଛନ୍ତି ସୁରକ୍ଷାକର୍ମୀ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe