ଲକ୍ଷପତି ଦିଦି ଯୋଜନାର ଟଙ୍କା ଦେଲେ କେନ୍ଦ୍ର ସରକାର । ଆକାଉଣ୍ଟକୁ ଗଲା ୬ ହଜାର କୋଟି ।

ଆଜି ମହାରାଷ୍ଟ୍ରରୁ ଲକ୍ଷପତି ଯୋଜନାର ଟଙ୍କା ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

lakhpati

କନକ ବ୍ୟୁରୋ: ଆଜି ମହାରାଷ୍ଟ୍ରରୁ ଲକ୍ଷପତି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ରର ଜାଲଗାଁଓରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ୬୦୦୦ କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ଲକ୍ଷ ଲକ୍ଷ ମହିଳା ଲକ୍ଷପତି ହୋଇଥିବା ସଭାରେ କହିଛନ୍ତି ମୋଦି । 

ଭାରତର ନାରୀ ଶକ୍ତି ସବୁବେଳେ ଦେଶ ଓ ବିଶ୍ୱର ଭବିଷ୍ୟତ ନିର୍ମାଣରେ ବଡ଼ ଯୋଗଦାନ କରିଛନ୍ତି । ବିକଶିତ ଭାରତ ଗଠନରେ ନାରୀ ଶକ୍ତିର ବଡ଼ ଯୋଗଦାନ ରହିଛି । ନାରୀମାନେ ସର୍ବଦାକୁ ସମ୍ମୁଖକୁ ଆସି ଦେଶର ସମ୍ମାନ ବୃଦ୍ଧି କରିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇଛନ୍ତି କେନ୍ଦ୍ର ସରକାର । ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ୨ ଲକ୍ଷ ୩୩ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା  ଉପକୃତ ହୋଇ ସାରିଲାଣି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe