କନକ ବ୍ୟୁରୋ : ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର ।  ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ୍‌  ଟଙ୍କା ।   ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା । ବାରାଣସୀରୁ ଶୁଭାରମ୍ଭ  କରିଲେ ମୋଦୀ ।  ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପଠାଇଛନ୍ତି କେନ୍ଦ୍ର ସରକାର ।

Advertisment

  ଉତ୍ତରପ୍ରଦେଶ ବାରାଣସୀରୁ ୨୦ ହଜାର ୫୦୦ କୋଟି ଟଙ୍କା ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।