କନକ ବ୍ୟୁରୋ: ପଞ୍ଚାୟତି ରାଜ ଦିବସ ଅବସରରେ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ମୋଦୀ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ମୋଦୀ କହିଛନ୍ତି, ସମୟ ଆସିଗଲା ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର  । କଳ୍ପନାଠାରୁ ବଡ  ଦଣ୍ଡ ଦିଆଯିବ, ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବୁ ।

Advertisment

ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ନିରୀହ ଦେଶବାସୀଙ୍କୁ  ନିର୍ଦ୍ଦୟଭାବେ  ହତ୍ୟା କରାଯାଇଛି ।  ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ ।  ସମସ୍ତ ପୀଡିତ ପରିବାରଙ୍କ ସହ ପୂରା ଦେଶ ଛିଡା ହୋଇଛି ।  ଯେଉଁ ଗୁରୁତରଙ୍କ ଚିକିତ୍ସା ଚାଲିଛି ସେମାନେ ଖୁବ୍‌ ଶୀଘ୍ର  ସୁସ୍ଥ ହେବେ ସେନେଇ ସରକାର ଚେଷ୍ଟା ଚଳାଇଛନ୍ତି ।  

୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଅନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି ତାହାକୁ ଧ୍ୱସ୍ତ କରାଯିବ ବୋଲି କହିଛନ୍ତି ମୋଦୀ । ୨୨ ଏପ୍ରିଲ୍‌ ରେ ପହଲଗାମ୍ ଆତଙ୍କବାଦୀ  ଆକ୍ରମଣ ପରେ ପ୍ରଥମ ଥର ମୋଦୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।