କାଲି ବଜେଟ୍‌ରେ କାହା ପାଇଁ କଣ ରହିଛି ? ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ !

Advertisment

ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ଏଥର ବଜେଟ କାହାକୁ ଅଧିକ ସୁହାଇବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, “ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ ।

ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ଏଥର ବଜେଟ କାହାକୁ ଅଧିକ ସୁହାଇବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, “ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ ।

modi signal

କନକ ବ୍ୟୁରୋ: କାଲି ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରି ଅଭିବାଦନ ଜଣାଇଛନ୍ତି ନରେନ୍ଦ୍ର ମୋଦୀ । କହିଛନ୍ତି ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା ବଜେଟ୍ ଦେଶରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ ।  

ନାରୀ ଶକ୍ତି ଉପରେ ଫୋକସ
ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ପରେ ଏଥର ବଜେଟ କାହାକୁ ଅଧିକ ସୁହାଇବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, “ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ । ଆମକୁ ମହିଳା ଶକ୍ତିର ଗୌରବ ପ୍ରତିଷ୍ଠା କରିବାକୁ ପଡିବ ଏବଂ ଏହି ବଜେଟ୍ ଅଧିବେଶନରେ ମହିଳା ଶକ୍ତି ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।“

ଜନଭାଗିଦାରୀ ଜରୁରୀ
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଯଦି ବିକାଶର ଦ୍ରୁତ ଗତି ହାସଲ କରିବାକୁ ହେଲେ ଅନେକ ସଂସ୍କାରର ଆବଶ୍ୟକତା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଜନ ଭାଗିଦାରୀ ହେଲେ ଦେଶ ଏକ ବଡ଼ ପରିବର୍ତ୍ତନ ଦିଗରେ ଗତିଶୀଳ ହୋଇପାରିବ ।  ଆଜିର ୨୦୨୫ ବର୍ଷୀୟ ଯୁବକମାନେ ଯେତେବେଳେ ୪୫ ୫୦ ବର୍ଷରେ ପାଦ ଥାପିବେ ସେତେବେଳେ ସେମାନେ ବିକଶିତ ଭାରତର ସବୁଠାରୁ ବଡ଼ ଲାଭାର୍ଥୀ ହେବେ । 

‘ଆମେ ମିଶନ ମୋଡ୍‌ରେ ଅଛୁ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ କହିଛନ୍ତି ଯେ, ଆମେ ଏବେ ମିଶନ ମୋଡରେ ଅଛୁ ଏବଂ ଏହି ବଜେଟ୍‌ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତ୍ତି ନିଆଯିବ, ସାମଗ୍ରିକ ଭାବେ ଏହି ବଜେଟ୍ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଯାୟୀ ଏହି ବଜେଟ୍ ଅଧିବେଶନ ବିକଶିତ ଭାରତକୁ ନୂତନ ଶକ୍ତି ଦେବ । ନୂଆ ଆଇନ ପ୍ରଣୟନ ହେବ ଯାହା ଦେଶକୁ ମଜଭୁତ କରିବ । ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ପାଇଁ ସଂକଳ୍ପ ମାଧ୍ୟମରେ ସମୃଦ୍ଧ ଭାରତ ଲକ୍ଷ୍ୟରେ ପହଞ୍ଚିବ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ କରିବା ଆମର ସଂକଳ୍ପ ଏବଂ ଏଥର ବଜେଟ୍ ଐତିହାସିକ ହେବାକୁ ଯାଉଛି ।  

ବିରୋଧୀଙ୍କୁ ଟାର୍ଗେଟ୍‌
ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି । କହିଛନ୍ତି, “ବଜେଟ୍ ଅଧିବେଶନରେ ଆମେ ଦେଶର ଆକାଂକ୍ଷାକୁ ପୂରଣ କରିବୁ। ସବୁଠୁ ବଡ କଥା ହେଉଛି ୨୦୧୪ ପରଠୁ ଏହା ବୋଧହୁଏ ପ୍ରଥମ ସଂସଦ ଅଧିବେଶନ, ଯେଉଁଥିରେ ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ବିଦେଶରେ ବିବାଦ ସୃଷ୍ଟି କରାଇବାକୁ ଚେଷ୍ଟା କରାଯାଇନାହିଁ ।“   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe