କନକ ବ୍ୟୁରୋ: ଆଜିଠୁ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି ୭୦ ବର୍ଷରୁ ଅଧିକ ବର୍ଷର ବୟସ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନାର ବିସ୍ତାର ନେଇ ଘୋଷଣା କରିଛନ୍ତି । ତେବେ ରାଜନୈତିକ କାରଣରୁ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ନହେଇପାରିଥିବା କାରଣରୁ ଦିଲ୍ଲୀ ଓ ପଶ୍ଚିମବଙ୍ଗର ଲୋକଙ୍କୁ କ୍ଷମା ମାଗିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଦୁଃଖ ବୁଝିପାରୁଛି । ଏହି ଦୁଇ ରାଜ୍ୟର ବୃଦ୍ଧାମାନେ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେନି । ଏଥିସହ ଏହି ଦୁଇ ରାଜ୍ୟର ଲୋକଙ୍କୁ ସେ କ୍ଷମା ମାଗିଛନ୍ତି । ଏହି ଦୁଇ ରାଜ୍ୟର ସରକାର ନିଜ ରାଜନୈତିକ ହିତ ସାଧନ ପାଇଁ ଏହି ଯୋଜନାକୁ ଲାଗୁ କରୁନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମମତା ସରକାର ଆଉ ଦିଲ୍ଲୀର ଆତିଶୀ ସରକାର ଆଯୁଷ୍ମାନ ଯୋଜନାକୁ ନିଜ ରାଜ୍ୟରେ ଲାଗୁ କରୁନାହାଁନ୍ତି । ଯାହାଫଳରେ ଏହି ଦୁଇ ରାଜ୍ୟରେ ଥିବା ଲୋକ ଏହି ସୁବିଧାର ଲାଭ ଉଠାଇପାରିବେନି ।