କନକ ବ୍ୟୁରୋ: ଆଜି ୭୯ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ସିନ୍ଧୁ ନଦୀ ଜଳ ବୁଝାମଣା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିନ୍ଧୁ ଜଳ ବୁଝାମଣାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ ।  ଆମ ଦେଶର ପାଣି ଶ୍ରତ୍ରୁ ଦେଶର ଜମିରେ ମାଡ଼ୁଛି । ହେଲେ ଆମ ଦେଶର ଚାଷୀ ପାଣି ପାଇଁ ହନ୍ତସନ୍ତ ହେଉଛି ବୋଲି କହିଛନ୍ତି ମୋଦୀ ।

Advertisment

ପାକିସ୍ତାନ ସହ ସ୍ଥଗିତ ରହିଥିବା ସିନ୍ଧୁଜଳ  ବୁଝାମଣା ପ୍ରସଙ୍ଗ ଉଠାଇ ମୋଦୀ ଆହୁରି ମଧ୍ୟ କହିଛନ୍ତି , ’ ସିନ୍ଧୁ ଜଳ ବୁଝାମଣା ଯୋଗୁଁ ଗତ ସାତ ଦଶକ ଧରି ଭାରତ ମସସ୍ୟା ଭୋଗୁଛି । ଯେଉଁ ଜଳ ଉପରେ ଭାରତର ଅଧିକାର ଅଛି ତାହା କେବଳ ଆଉ କେବଳ ଭାରତର ଚାଷୀଙ୍କୁ ମିଳିବା ଦରକାର । ଭାରତ କେବେବି ସିନ୍ଧୁ ଜଳ ପ୍ରସ୍ତାବକୁ ମାନିବ ନାହିଁ । ଏହା ବ୍ୟତୀତ ଯେବେବି ଭାରତର ପାକିସ୍ତାନ ସହ ଆଲୋଚନା ହେବ ପାଣି ଏବଂ ରକ୍ତ ଏକାସାଙ୍ଗରେ ବହିବ ନାହିଁ’ ।