କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ କାର୍‌କେଡ୍‌ ରିହର୍ସାଲ । ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ଅବତରଣ ପରେ ପ୍ରଧାନମନ୍ତ୍ରୀ ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚି ସେଠାରେ ଆୟୋଜିତ ସେବା ପର୍ବ ଓ ଯୁବ ସମାବେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି କାର୍‌କେଡ୍‌ ରିହର୍ସଲ କରାଯାଇଛି । ବିମାନ ବନ୍ଦରରୁ ଉକ୍ତ କାରକେଡ଼ ବାହାରି ଅଢେଇ କିଲୋମିଟର ଦୂରରେ ଥିବା ଅମଲିପାଲିସ୍ଥିତ ପଡିଆରେ ପହଞ୍ଚିଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ସ୍ୱତନ୍ତ୍ର ଗାଡ଼ିକୁ କର୍ଡନ କରି ସଭାସ୍ଥଳରେ ପହଞ୍ଚିଥିଲେ । ପ୍ରଥମ ରିହର୍ସଲରେ ଦେଖାଦେଇଥିବା ସମସ୍ୟା ସୁଧାରିବାକୁ ଦ୍ଵିତୀୟ ଥର କାର୍‌କେଡ୍‌ ରିହର୍ସଲ କରାଯିବ । ଯେଉଁଥିରେ ପୁଣି ଗାଡ଼ିଗୁଡ଼ିକ ଅମଲିପାଲିସ୍ଥିତ ପଡ଼ିଆରୁ ବାହାରି ବିମାନବନ୍ଦର ଯାଇ  ସେଠାରୁ ପଡ଼ିଆକୁ ଫେରିବ । 

Advertisment

ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ଆୟୋଜିତ ସେବା ପର୍ବରେ ଯୁବ ସମାବେଶରେ ଯୋଗଦେବେ । ଏଥିପାଇଁ ଝାରସୁଗୁଡାରେ ଚାଲିଛି ଜୋରସୋର ପ୍ରସ୍ତୁତି ।  ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ୱ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଖଣି ମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ପ୍ରଭାରୀଙ୍କ ବିଜୟପାଳସିଂ ତୋମାର, ଭଟଲି ବିଧାୟକଙ୍କ ସହ ଝାରସୁଗୁଡାରେ ଏକ ପ୍ରସ୍ତୁତି ବୈଠକ କରିଥିଲେ । ଏହାସହ ଅମିଲିପାଲି ପଡିଆ ସଭାସ୍ଥଳୀର କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡ଼ି କରାଯାଇଛି । ୮୦ ପ୍ଲାଟୁନ ଫୋର୍ସ ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ । ୨୦୦ରୁ ଅଧିକ ପୁଲିସ ଅଧିକାରୀ, ଡିଏସପି ରାଙ୍କ ଅଧିକାରୀ ୩୦ ଜଣ, ୫ ଜଣ ଏସପି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।