ମୋଦୀଙ୍କ ଇସ୍ରାଏଲ ଗସ୍ତକୁ କଂଗ୍ରେସର ତୀବ୍ର ସମାଲୋଚନା

Advertisment

ସାରା ବିଶ୍ବ ନେତାନ୍ୟାହୁଙ୍କ ଏହି ଆଭିମୁଖ୍ୟକୁ ସମାଲୋଚନା କରୁଥିବାବେଳେ ମୋଦୀ ଇସ୍ରାଏଲ ଗସ୍ତରେ ଯାଇ ନେତାନ୍ୟାହୁଙ୍କୁ ନିର୍ଲ୍ଲଜ ଭାବେ ଆଲିଙ୍ଗନ କରି ‘ନୈତିକ କାପୁରୁଷତା’ ପ୍ରଦର୍ଶନ କରିଛନ୍ତି।

ସାରା ବିଶ୍ବ ନେତାନ୍ୟାହୁଙ୍କ ଏହି ଆଭିମୁଖ୍ୟକୁ ସମାଲୋଚନା କରୁଥିବାବେଳେ ମୋଦୀ ଇସ୍ରାଏଲ ଗସ୍ତରେ ଯାଇ ନେତାନ୍ୟାହୁଙ୍କୁ ନିର୍ଲ୍ଲଜ ଭାବେ ଆଲିଙ୍ଗନ କରି ‘ନୈତିକ କାପୁରୁଷତା’ ପ୍ରଦର୍ଶନ କରିଛନ୍ତି।

congress

congress Photograph: (google)

କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ତୀବ୍ର ସମାଲେଚନା କରିଛି। କଂଗ୍ରେସ କହିଛି, ନେତାନ୍ୟାହୁ ଗାଜାକୁ ଧ୍ବଂସ କରି ଧୂଳି ସ୍ତୂପରେ ପରିଣତ କରିଛନ୍ତି। ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ ଇସ୍ରାଏଲ ୱେଷ୍ଟ ବ୍ୟାଙ୍କରେ ବେଆଇନ ଭାବେ ବସତି ବିସ୍ତାର କରିଚାଲିଛି। ସାରା ବିଶ୍ବ ନେତାନ୍ୟାହୁଙ୍କ ଏହି ଆଭିମୁଖ୍ୟକୁ ସମାଲୋଚନା କରୁଥିବାବେଳେ ମୋଦୀ ଇସ୍ରାଏଲ ଗସ୍ତରେ ଯାଇ ନେତାନ୍ୟାହୁଙ୍କୁ ନିର୍ଲ୍ଲଜ ଭାବେ ଆଲିଙ୍ଗନ କରି ‘ନୈତିକ କାପୁରୁଷତା’ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ଯୋଗାଯୋଗ ଦାୟିତ୍ବରେ ଥିବା ମହାସଚିବ ଜୟରାମ ରମେଶ ‘ଏକ୍ସ’ରେ ଲେଖିଛନ୍ତି, ମେ’ ୨୦ ୧୯୬୦ରେ ଜବାହାରଲାଲ ନେହରୁ ଗାଜାରେ ଥିଲେ ଏବଂ ଜାତିସଂଘ ଜରୁରୀକାଳୀନ ବାହିନୀରେ ଥିବା ଭାରତୀୟ ସୈନ୍ୟ ଦଳକୁ ଭେଟିଥିଲେ। ୧୯୮୧ ନଭେମ୍ବର ୨୯ରେ ଭାରତ ପାଲେଷ୍ଟାଇନ ସହିତ ଏହାର ଏକତା ପ୍ରଦର୍ଶନ କରି ଏକ ଡାକ ଟିକଟ ପ୍ରଚଳନ କରିଥିଲା। ନଭେମ୍ବର ୧୮, ୧୯୮୮ରେ ଭାରତ ପାଲେଷ୍ଟାଇନକୁ ସ୍ବତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରିଥିଲା। ସେ ସମୟ ଅଲଗା ଥିଲା। ବର୍ତ୍ତମାନ ଗାଜାରେ ଧ୍ବଂସଲୀଳା ଚଳାଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସାରା ବିଶ୍ବ ନିନ୍ଦା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିଛନ୍ତି।

ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଏକ୍ସ’ରେ ଲେଖିଥିଲେ ଯେ, ମୋଦୀ ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବା ସମୟରେ ଗାଜାରେ ଚାଲିଥିବା ଗଣହତ୍ୟା ପ୍ରସଙ୍ଗ କଥା ଉଠାଇ ସେମାନଙ୍କ ପାଇଁ ନ୍ୟାୟ ଦାବି କରିବେ ବୋଲି ଆଶା। ମୋଦୀଙ୍କ ଗସ୍ତ ବୁଧବାରରୁ ଆରମ୍ଭ ହୋଇଥିବାବେଳେ ଏଥିରେ ଦ୍ବିପାକ୍ଷିକ ପ୍ରତିରକ୍ଷା ଓ ବାଣିଜ୍ୟ ସହଯୋଗିତା ଉପରେ ଆଲୋଚନା ହୋଇପାରେ। ଏହା ୯ ବର୍ଷରେ ମୋଦୀଙ୍କ ଦ୍ବିତୀୟ ଇସ୍ରାଏଲ ଗସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe