କନକ ବ୍ୟୁରୋ: ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଦାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିଛନ୍ତି । ଏଣୁ ବିଶ୍ୱର ନଜର ଏବେ ମୋଦିଙ୍କ ଉପରେ ରହିଛି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧର ବିରାମ ଘଟୁନାହିଁ । ଋଷିଆ ସହ ଭାରତର ଭଲ ସମ୍ପର୍କ ରହି ଆସିଛି । ଏଣୁ ଗସ୍ତରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିନ ଜେନଲେସ୍କି ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଣ ଆଲୋଚନା ହେବ ତାହାରି ଉପରେ ନଜର ରହିବ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ଭାରତ ସବୁବେଳେ ନିରପେକ୍ଷ ରହି ଆସଛି । ସର୍ବଦା ଶାନ୍ତି ବଜାୟ ରଖିବା ଉପରେ ଜୋର ଦେଇ ଆସିଛି ଭାରତ । 

Advertisment

ତେବେ ଆଜି ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିବା ପରେ ଜେନଲେସ୍କି ମୋଦିଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ  6 ମାସ ପୂର୍ବରୁ ହିଁ ଋଷିଆ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ। ତେବେ ଏହାକୁ କଡା ସମାଲୋଚନା କରି ୟୁକ୍ରେନ ରାଷ୍ଟ୍ରପତି ଜେନଲେସ୍କି । ଆଜିର ମୋଦି ଜେନଲେସ୍କିଙ୍କୁ ଭେଟିବାରେ ପୁତିନଙ୍କ କଣ ଆଭିମୁଖ୍ୟ ରହିବା ତାହା ଦେଖିବା ବାକି ରହିଲା । 

ଗତ ଜୁନ ମାସରେ ଇଟାଲୀରେ ଆୟୋଜିତ ହୋଇଥିବା G-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଜେନଲେସ୍କି । ସେଠାରେ ଭାରତ ସବୁବେଳେ ୟୁକ୍ରେନକୁ ଶାନ୍ତିପୂର୍ଣ୍ଣ ସମର୍ଥନ ଦେବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସେହି ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ ଆସିବାକୁ ନମନ୍ତ୍ରଣ ଦେଇଥିଲେ ଜେନଲେସ୍କି । ପୋଲାଣ୍ଡରୁ 10 ଘଣ୍ଟାର ଟ୍ରେନଯାତ୍ରା କରି ୟୁକ୍ରେନରେ ପହଞ୍ଚିଛନ୍ତି । ପୋଲାଣ୍ଡ ଗସ୍ତ କରି ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।