କନକ ବ୍ୟୁରୋ: ସେପ୍ଟେମ୍ବର ୨୧ ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଆରମ୍ଭ ହୋଇଯାଇଛି । ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।  କିନ୍ତୁ ଏହା ଭିତରେ ମୋଦିଙ୍କୁ ନେଇ ଚମକାଇଦେଲା ଭଳି ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି । ଆମେରିକାରେ ମୋଦିଙ୍କ ବ୍ୟାଗ୍ ଚୋରି ହୋଇଗଲା । ଏ ଖବର ଶୁଣିବା ପରେ ସମସ୍ତେ ଅଶ୍ଚର୍ଯ୍ୟ ହୋଇଯିବା ସ୍ୱାଭାବିକ । କାରଣ ଦେଶର ମୁଖ୍ୟ, ତାଙ୍କ ପାଇଁ କେତେେ କ’ଣ ପ୍ରସ୍ତୁତି । ତାଙ୍କ ବ୍ୟାଗ୍ ପୁଚଣି ଚୋରିହୋଇଈଯିବ . ଏ କେମିତି କଥା?
ପ୍ରକୃତ କଥା ହେଉଛି ମୋଦୀଙ୍କ ସୁଟକେସ୍ ଚୋରୀ ହେବା କଥା ସତ ହେଲେ ଏବେ ନୁହେଁ । ଏ ଖବର ଏବେକାର ନୁହେଁ । ଏ ଘଟଣା ବହୁ ବର୍ଷ ତଳର କଥା । ମୋଦୀଙ୍କ ବ୍ୟାଜ୍ ଆମେରିକାରେ ଚୋରୀ ହୋଇଯାଇଥିଲା । ୧୯୯୦ରେ ଯେବେ ମୋଦୀ ବିଜେପିର ଜଣେ ସାମାନ୍ୟ ନେତା ଥିଲେ, ସେତେବେଳେ ବି ସେ ଆମେରିକା ଗସ୍ତ କରୁଥିଲେ । 

Advertisment

୧୯୯୭ ମସିହା, ସେତେବେଳେ ମୋଦୀ ବିଶ୍ୱ ହିନ୍ଦୁପରିଷଦର ସଦସ୍ୟ ଥିଲେ, ଥରେ ସଙ୍ଗଠନର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅ।।ମେରିକା ଯାଇଥିଲେ । ସେ ସମୟରେ ତାଙ୍କ ୨୨ ଇଞ୍ଚର ବ୍ୟାଗ୍ ଚୋରି ହୋଇଯାଇଥିଲା । ଏକ ଜାତୀୟ ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେବାକୁ ଯାଇ ଏକଥାକୁ ମନେପକାଇଛନ୍ତି ଆମେରିକାରେ ରହୁଥିବା ଏନଆରଆଇ ହିରୁଭାଇ ପଟେଲ । 
ମୋଦୀଙ୍କୁ ବିଶ୍ୱହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଯେତେବେଳେ ନିଜ ହୋଷ୍ଟଙ୍କ ଘରେ ପହଞ୍ଚିଲେ କାରରେ ତାଙ୍କ ବ୍ୟାଗ୍ ଆଉ ନଥିଲା । ବହୁ ଖୋଜିଲା ପରେ ବି ବ୍ୟାଗର ଟେର ପାଇନଥିଲେ ମୋଦୀ । ସେ ବ୍ୟାଗରେ ତାଙ୍କର ପାସପୋର୍ଟ, ପଇସା ଓ କିଛି ପୋଷାକ ଥିଲା । କିନ୍ତୁ ସବୁଠାରୁ ବଡ କଥା ହେଲା ସେ ସମୟରେ ମୋଦୀ ସାମାନ୍ୟ ବି ବିଚଳିତ ହୋଇନଥିଲେ । ବ୍ୟାଗ୍ ଚୋରି ହେବା ପରେ ମୋଦି ପାସାମୋର୍ଟ ପାଇଁ ଆପ୍ଲାଏ କରିଥିଲେ । କିନ୍ତୁ ଏଥିପାଇଁ ସମୟ ଲାଗିଥିଲା । ତେଣୁ ନିଜ ହୋଷ୍ଟଙ୍କ ଘରେ ତାଙ୍କୁ ୫ ଦିନ ଅପେକ୍ଷା କରିବାକୁ ପଡିଥିଲା ।

ପାସପୋର୍ଟ ତ ଆସିଲା ହେଲେ ଭାରତ ଫେରିବାକୁ ପାଖରେ ପଇସା ନଥିଲା । ତେଣୁ ହୋଷ୍ଟଙ୍କ ଠାରୁ କିଛି ଟଙ୍କା ଧାର ମାଗିଲେ । କହିଲେ ଘରେ ପହଞ୍ଚିବା ମାତ୍ରେ ଟଙ୍କା ଫେରାଇଦେବେ । ଏହା ହେଲା ବି । ଭାରତରେ ପହଁଞ୍ଚୁ ପହଞ୍ଚୁ ପ୍ରଥମେ ହୋଷ୍ଟଙ୍କ ଟଙ୍କା ଫେରାଇଥିଲେ । ଏବେ ଯେତେବେଳେ ମୋଦୀ ଆମେରିକା ଗସ୍ତରେ ଅଛନ୍ତି ତାଙ୍କର ଏହି କାହାଣୀ ବେଶ୍ ଭାଇରାଲ ହେବାରେ ଲାଗିଛି ।  ।

ମୋଦୀ ଏବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ।  ଏହା ମଧ୍ୟରେ ମୋଦି ଏକାଧିକ ବୈଠକରେ ଯୋଗ ଦେବେ । କ୍ୱାଡ ସମ୍ମିଳନୀରେ ଯୋଗ ଦେବା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ । ଏହାସହ ସମିଟ୍ ଅଫ୍ ଫ୍ୟୁଚରରେ ମଧ୍ୟ ଭାଗନେବେ । ଆମେରିକା ସହ ଭାରତର କି କି ଚୁକ୍ତି ହେବ ତା’ ଉପରେ ନଜର ।