ଆମେରିକାର କଟକଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଆହ୍ବାନ,  ଗୁଜରାଟରୁ ଦେଶବାସୀଙ୍କୁ ଚିହ୍ନାଇଲେ ଭାରତର ଅସଲ ଶତ୍ରୁ କିଏ

ଅନ୍ୟଦେଶ ଉପରେ ନିର୍ଭର ନକରି ଆତ୍ମନିର୍ଭର ହେବାକୁ ପରାମର୍ଶ, ଚିପ୍‌ରୁ ସିପ୍‌ କର ନିର୍ମାଣ

ଭାରତର ବଡ଼ଶତ୍ରୁ କିଏ?

ଭାରତର ବଡ଼ଶତ୍ରୁ କିଏ? Photograph: (KanakNews)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟ ଗସ୍ତ କରିଥିଲେ । ଭାବନଗରରେ ଆୟୋଜିତ ସମୁଦ୍ରରୁ ସମୃଦ୍ଧି ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୋଦୀ । ଏହା ପୂର୍ବରୁ ସେ ରୋଡ୍ ସୋ କରିଥିଲେ। ମୋଦୀ କହିଛନ୍ତି, ବିଦେଶ ଉପରେ ଭାରତ ଯେତେ ନିର୍ଭର କରିବ, ସେତେ ବିଫଳ ହେବ। ଅନ୍ୟ ଉପରେ ନିର୍ଭର କରିବା ହିଁ ପ୍ରକୃତ ବଡ଼ଶତ୍ରୁ । ଏହାକୁ ପରାଜିତ କରି ସମୃଦ୍ଧି, ବିଶ୍ବଶାନ୍ତି ଓ ସ୍ଥିରତା ପାଇଁ ଭାରତକୁ ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ପାଇଁ ପଡ଼ିବ । ଭାରତ ଉପରେ ଆମେରିକା ବିଭିନ୍ନ କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଏହି ଆହ୍ବାନ ବେଶ୍ ଗୁରୁତ୍ବ ରଖୁଛି । 

ଗତ ମାସରେ ଭାରତର ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ। ଏବେ ଡୋନାଲ୍ଟ ଟ୍ରମ୍ପ ଭିସା କଟକଣା ଜାରି କରିଛନ୍ତି। ଏଚ୍-ୱାନ୍ ବି ଭିସା ନିୟମ ପରିବର୍ତ୍ତନ କରାଯାଇଛି  । ପରିବର୍ତ୍ତିତ ନିୟମ ଅନୁସାରେ, ଏଥିପାଇଁ ସେମାନଙ୍କୁ ନୂତନ ଆବେଦନ ସହିତ ୧ ଲକ୍ଷ ଡଲାର କିମ୍ବା ଭାରତୀୟ ମୁଦ୍ରାରେ ୮୮ଲକ୍ଷ ଟଙ୍କାରୁ ଅଧିକ ଫି’ ଦେବାକୁ ପଡ଼ିବ ।  ଗୁଜରାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୪ ହଜାର ୨୦୦ କୋଟି ଟଙ୍କା ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି। ସେଠାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦୀ କୋଲକାତା, ମୁମ୍ୱାଇ, ପାରାଦୀପ ବନ୍ଦରର ବିଭିନ୍ନ ପ୍ରକଳ୍ପ ସମେତ ଦେଶର ବିଭନ୍ନ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଥିଲେ । ଶହେ ରୋଗ ପାଇଁ ଗୋଟିଏ ଔଷଧ ‘ଆତ୍ମନିର୍ଭର’ ବୋଲି କହିଥିଲେ ମୋଦୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe