ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ : କର୍କଟ ରୋଗରେ ପୀଡିତ ଜୋ ବାଇଡେନ୍

ବର୍ତ୍ତମାନ ଚିକିତ୍ସା ଚାଲିଛି ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ୮୨ ବର୍ଷୀୟ ବାଇଡେନଙ୍କୁ ପରାଜିତ କରି ଆମେରିକା ରାଷ୍ଟ୍ରପତି ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ ।

Joe/Modi

Joe/Modi Photograph: (google)

ଆମେରିକାର ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ଅଛନ୍ତି । ବର୍ତ୍ତମାନ ଚିକିତ୍ସା ଚାଲିଛି ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ୮୨ ବର୍ଷୀୟ ବାଇଡେନଙ୍କୁ ପରାଜିତ କରି ଆମେରିକା ରାଷ୍ଟ୍ରପତି ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ ।

ତେବେ ବାଇଡେନଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନ୍ସର ହୋଇଥିବା ନେଇ ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ବାଇଡେନଙ୍କ ମୂତ୍ରାଶୟରେ ସମସ୍ୟା ହେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହାପରେ ସେ ପ୍ରୋଷ୍ଟେଟ୍‌ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ଜଣାପଡ଼ିଛି । ୮୨ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଛନ୍ତି । ଗତ ଜାନୁଆରି ମାସରେ ସେ ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ସର୍ବସାଧାରଣରେ ଖୁବ୍‌ କମ୍ ନଜର ଆସିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe