ଚୀନ୍ ଯିବେ ମୋଦୀ , ୨୦୧୯ ପରେ ଏହା ପ୍ରଥମ ଗସ୍ତ

ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ର ତିଆନଜିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ ହେବ।

8

କନକ ବ୍ୟୁରୋ:  ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ର ତିଆନଜିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ ହେବ। ଶେଷ ଥର ପାଇଁ ୨୦୧୯ରେ ତାଙ୍କର ଚୀନ୍ ଗସ୍ତ ହୋଇଥିଲା।

ch

ଏସ୍‌ସିଓ ଶିଖର ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩୦ରେ ଜାପାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ାଙ୍କ ସହ ବାର୍ଷିକ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେବେ। ସେଠାରୁ ସେ ଚୀନ୍ ଯିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକାଧିକ ଏସ୍‌ସିଓ ବୈଠକ ପାଇଁ ଚୀନ୍ ଗସ୍ତ କରିଥିଲେ ଏବଂ ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବେଜିଂ ଗସ୍ତରେ ଯାଇ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତୈଳ କିଣିବା ପ୍ରସଙ୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଏମାନେ ଡଲାରର ଆଧିପତ୍ୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଗୋଷ୍ଠୀ। ଏସ୍‌ସିଓର ସଦସ୍ୟ ରାଷ୍ଟ୍ର ରୁଷିଆ ତା’ର ପ୍ରତିନିଧିଙ୍କୁ ତିଆନଜିନ ପଠାଇବ। ତେବେ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe