ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ; ୨୮ରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର କରିବେ ଉଦଘାଟନ

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୨୮ରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର କରିବେ ଉଦଘାଟନ ।ମାତ୍ର ୨ ଘଣ୍ଟା ରହିବା ପରେ ଉତ୍ତରାଖଣ୍ଡ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ। 

୨୨୨୨୨୨୨୨୨୨

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ମୋଦୀ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୮ ତାରିଖ ସକାଳ ସାଢେ ୮ଟାରେ ମୋଦୀ ଦିଲ୍ଲୀରୁ ଭୁବନେଶ୍ବର ବାହାରିବେ । ଦିନ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ଜନତା ମଇଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଯିବେ। ୧୦ଟା ୫୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀଞ୍ଜ-୨୦୨୫ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ୟ୍ୟକ୍ରମ ସାରି ମଧ୍ୟାନ ୧୨ଟା ୩୫ରେ ଜନତା ମଇଦାନରୁ ଭୁବନେଶ୍ବର ବିମାନ ବନ୍ଦର ଯିବେ । ସେଠାରୁ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe