କନକ ବ୍ୟୁରୋ: ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲିଠୁ ନୂଆ ଜିଏସଟି ଲାଗୁ ହେବ । ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଆଊ କିଛି ବଡ଼ ଘୋଷଣା କରାଯାଇପାରେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ କଳ୍ପନାଜଳ୍ପନା ଚାଲିଛି ଯେ, ସେ ଆସନ୍ତାକାଲି ଲାଗୁ ହେବାକୁ ଥିବା ନୂତନ ଜିଏସଟି ହାର ବିଷୟରେ ଆଲୋଚନା କରିପାରନ୍ତି ।
ଜିଏସଟି ନୂଆ ସ୍ଲାବ୍ ଦ୍ୱାରା ଅନେକ ସାମଗ୍ରୀର ମୂଲ୍ୟ କମିବ । ସାଧାରଣ ଲୋକଙ୍କ ପାଇଁ ଯଥେଷ୍ଟ ସଞ୍ଚୟ ବଢ଼ିବ । ଜିଏସଟି ଲାଗୁ ହେବା ପରେ ଏହାକୁ ସବୁଠାରୁ ବଡ଼ ସଂସ୍କାର ବୋଲି ବିବେଚନା କରାଯାଉଛି । ଦେଶ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ଉପରେ ନଜର ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଭାଷଣ ଅର୍ଥନୈତିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ସହିତ ଜଡ଼ିତ ହୋଇପାରେ । ଏହା ସହିତ ଏହାକୁ ସାଂସ୍କୃତିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।