କନକ ବ୍ୟୁରୋ: ରୁଷର କାଜାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଯାଇଛି । ଦିଲ୍ଲୀରୁ ଗସ୍ତ ଆରମ୍ଭ କରି ପ୍ରଥମେ କାଜାନରେ ପହଁଚିଛନ୍ତି ମୋଦୀ । ବିମାନବନ୍ଦରରେ ବେଶ ଖୁସି ଓ ଉତ୍ସାହର ସହ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ ରୁଷ ସରକାରଙ୍କ ଅଧିକାରୀ । ତେବେ ମୋଦୀଙ୍କ ପାଇଁ ରୁଷ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ନେଇ ପ୍ରବାସୀ ଭାରତୀୟଙ୍କ ମନରେ ଢ଼େରସାରା ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି । ମୋଦୀ ମୋଦୀ ନାରାରେ କମ୍ପିଥିଲା ପ୍ରଧାନମନ୍ତ୍ରୀଙ୍କ ରହଣୀ ସ୍ଥଳ । ପ୍ରବାସୀଙ୍କ ଭାରତୀୟଙ୍କଠୁ ଅଭିବାଦନ ଗ୍ରହଣ କରିବା ସହ ସେମାନଙ୍କ ସହ ହାତ ମିଶାଇଥିଲେ ମୋଦୀ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ସମ୍ବର୍ନ୍ଧନାରେ ପାରପାରମ୍ପରିକ ଭାରତୀୟ ନୃତ୍ୟ, କୃଷ୍ଣଙ୍କ ଭଜନ ପରିବେଷଣ କରାଯାଇଛି । ଏହି ସମୟରେ ହାତଯୋଡି ରୁଷବାସୀ ଓ ପ୍ରବାସୀଙ୍କ ସ୍ବାଗତ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।