କନକ ବ୍ୟୁରୋ:  ବ୍ରିକ୍ସ ସମ୍ମିଳନୀରେ ପ୍ରତିନିଧିତ୍ବ ସାରି ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରାସିଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନବନ୍ଦରରେ ବାଟାଲା ମୁଣ୍ଡୋ ବ୍ୟାଣ୍ଡର ପାରମ୍ପରିକ ଆଫ୍ରୋ-ବ୍ରାଜିଲୀୟ ସାମ୍ବା ରେଗେ ପରଫରମାନ୍ସ ସ୍ୱାଗତ କରାଯାଇଥିଲା ।  ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ବ୍ରାସିଲିଆ ବିମାନବନ୍ଦରରେ ବାଟାଲା ମୁଣ୍ଡୋ ବ୍ୟାଣ୍ଡ ଚମତ୍କାର ସଙ୍ଗୀତ ପରିବେଷଣ କରିଛନ୍ତି । ଏହା ସାଲଭାଡୋର ଦା ବାହିଆର ସାମ୍ବା-ରେଗେକୁ ପ୍ରୋତ୍ସାହିତ କରୁଛି।" । ମୋଦୀଙ୍କୁ ପ୍ରବାସୀ ଭାରତୀୟ ମାନେ ମଧ୍ୟ ଜୋରଦାର ସ୍ୱାଗତ କରିଥିଲେ  । ହୋଟେଲରେ ସେ ବ୍ରାସିଲିଆର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରା ଦେଖି କଳାକାରମାନଙ୍କୁ ପ୍ରଶଂସା କରିଥିଲେ । ଆଜି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ଦ୍ବିପାକ୍ଷିକ ଆଲୋଚନା । ବାଣିଜ୍ୟ, ଶିଳ୍ପ ଓ ପ୍ରତିରକ୍ଷା କ୍ଷେତ୍ରରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା ।