କନକ ବ୍ୟୁରୋ : ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ। ପ୍ରଧାନମନ୍ତ୍ରୀ ଏଥର ବିପୁଳ ନିବେଶ ଟାଣିବା ଲକ୍ଷରେ ସିଙ୍ଗାପୁର ଗସ୍ତ କରିଥିବା କୁହାଯାଉଛି। ମୋଦୀ ନିଜ ଗସ୍ତ କାଳରେ ବ୍ୟବସାୟିକ ବ୍ୟକ୍ତି ବିଶେଷଙ୍କୁ ଭେଟିବେ। ବିଶେଷ କରି ସେମିକଣ୍ଡକ୍ଟର ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ। ଏହା ସହ ସେ ଲରେନ୍ସ ୱଙ୍ଗଙ୍କ ସହ ସିଙ୍ଗାପୁରର ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଗତକାଲିଠାରୁ ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ସେଠାରେ ପହଂଚିବା ପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ତାଙ୍କୁ ସ୍ବାଗତ କରିଥିଲେ। ଭାରତୀୟ ସମୁଦାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲା। ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଂଚିବା ପରେ ଭାରତରେ ବିପୁଳ ନିବେଶ ପାଇଁ ସେଠାକାର ନିବେଶଙ୍କୁ ଆହ୍ବାନ ଦେଇଥିଲେ।
ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ । ଏଥର ବିପୁଳ ନିବେଶ ଆଣିବା ଲକ୍ଷ୍ୟରେ ମୋଦୀଙ୍କ ଗସ୍ତ
Advertisment
Follow Us