କନକ ବ୍ୟୁରୋ : ମୋଦିଙ୍କ ଜନ୍ମଦିନରେ ବ୍ୟାପକ କାର୍ଯ୍ୟକ୍ରମ । କାଲି ଗୋଟିଏ ଦିନରେ ରେକର୍ଡ ୭୫ ଲକ୍ଷ ଗଛ ଲଗାଇବେ ରାଜ୍ୟ ସରକାର । ଆବାସ ଦିବସରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀରେ ସାମିଲ ହେବେ ନରେନ୍ଦ୍ର ମୋଦୀ । କାଲି ସୁଭଦ୍ରା ଜନ୍ମତିଥି ବି ପାଳନ ହେବ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୫ ବର୍ଷ ପୂରଣ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିଜେପି ଶିବିରରେ ଉତ୍ସାହ କାହିଁରେ କ’ଣ । ମୋଦୀଙ୍କ ଜନ୍ମଦିନକୁ ପାଳନ କରିବାକୁ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ କରାଯାଇଛି । ରାଜ୍ୟରେ ଆସନ୍ତାକାଲି ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ । ୪୫ ହଜାର ସ୍ଥାନରେ ଗଛ ଲଗାଇବ ଜଙ୍ଗଲ ବିଭାଗ । ୩୦ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବେ ମନ୍ତ୍ରୀ ଓ ଜିଲ୍ଲାପାଳ । ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । 

କାଲି 'ସୁଭଦ୍ରା'ର ଜନ୍ମଦିନ 
ଆବାସ ଦିବସରେ ଆଭାସୀରେ ଯୋଡ଼ିହେବେ ମୋଦୀ

Advertisment

ମୋଦୀଙ୍କ ଜନ୍ମଦିନରେ ସରକାର ପାଳିବେ ଆବାସ ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ ।  ଆଭାସୀ ମାଧ୍ୟମରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ।  ପ୍ରତି ଜିଲ୍ଲା ଓ ପୌରସଂସ୍ଥାରେ ଆୟୋଜିତ ହେବ ଆବାସ ମେଳା । ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ଠିକ ବର୍ଷେ ତଳେ ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା । ମୋଦୀଙ୍କ ଜନ୍ମଦିନ ସହ ସୁଭଦ୍ରାର ଜନ୍ମଦିନ । ତେଣୁ ସୁଭଦ୍ରା ଜନ୍ମଦିନ ବି ପାଳନ କରିବେ ସରକାର । କାଲି ୩୩୮ ସିଡିପିଓଙ୍କ କାର୍ଯ୍ୟାଳୟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ହେବ । ଏହା ସପ୍ତାହେ ଯାଏଁ  ୭୪ ହଜାର ଅଙ୍ଗନୱାଡ଼ିରେ ହେବ । କାଲି ରାଜ୍ୟ ସ୍ବାସ୍ଥ୍ୟ ମହିଳା, ଶିଶୁ ବିକାଶ ବିଭାଗ ମିଳିତ ଭାବେ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ କରାଯିବ ।  ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବେ । ୧୭ ତାରିଖରେ ମୋଦୀଙ୍କ ଜନ୍ମଦିନଠାରୁ ଆରମ୍ଭ କରି ୨ ତାରିଖ ଗାନ୍ଧୀ ଜୟନ୍ତୀ ଯାଏଁ ସେବାପକ୍ଷ ପାଳନ ହେବ । ୨୭ ତାରିଖରେ ଗଞ୍ଜାମ ଯୁବସମାବେଶରେ ସାମିଲ ହେବେ ମୋଦୀ ।