କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଣିପୁର ଗସ୍ତରେ ଯିବେ। ମଣିପୁରରେ ଜାତିଆଣ ହିଂସାର ଦୁଇବର୍ଷ ପରେ ମୋଦୀ ଯାଉଛନ୍ତି । ୨୦୨୩ରେ ମଣିପୁରରେ ମିତେଈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ହିଂସା ରୋକିବା ପାଇଁ ମୋଦୀ ମଣିପୁର ଯାଇ ନଥିବାରୁ ବିରୋଧୀ ସମାଲୋଚନା କରିଥିଲେ । ଶନିବାର  ମୋଦୀଙ୍କ ଗସ୍ତ ପରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ତ୍ୱରାନ୍ୱିତ ହେବ ବୋଲି ଇମ୍ଫାଲଠାରେ ମୁଖ୍ୟ ଶାସନ ସଚିବ ପୁନିତ କୁମାର ଗୋଏଲ କହିଛନ୍ତି । ମୋଦୀ ମଣିପୁର ସହିତ ମିଜୋରାମ ମଧ୍ୟ ଯିବେ  । ଲୋକଙ୍କ ସହିତ ମୋଦୀ ଆଲୋଚନା କରିବେ । ଏହି ଗସ୍ତକାଳରେ ମୋଦୀ ବୈରବୀ- ସଇରାଙ୍ଗ ରେଳ ପ୍ରକଳ୍ପ ଉଦଘାଟନ କରିବେ । ଏହାଛଡ଼ା ୭ ହଜାର ୩ ଶହ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ୧ ହଜାର ୨ ଶହ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ  ରହିଛି । ମୋଦୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମୋଦୀଙ୍କ ମଣିପୁର ଗସ୍ତକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି । 

Advertisment

କାଲି ମୋଦୀଙ୍କ ମଣିପୁର ଗସ୍ତ
-ଜାତିଆଣ ହିଂସାର ଦୁଇବର୍ଷ ପରେ ମୋଦୀ ଯାଉଛନ୍ତି
-ମଣିପୁର ହିଂସାରେ ୨୬୦ରୁ ଅଧିକ ପ୍ରାଣହାନି ହୋଇଛି
-ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି
-ମିତେଈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦରୁ ହିଂସା 
-ମୋଦୀ ଯାଇ ନଥିବାରୁ ବିରୋଧୀ ସମାଲୋଚନା କରିଥିଲେ
-ମୋଦୀଙ୍କ ଗସ୍ତ ପରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ତ୍ୱରାନ୍ୱିତ ହେବା ଆଶା
-ଭୈରବୀ- ସଇରାଙ୍ଗ ରେଳ ପ୍ରକଳ୍ପ ଉଦଘାଟନ କାର୍ଯକ୍ରମ 
-୭, ୩୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ 
-୧, ୨୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ 
-ମୋଦୀଙ୍କ ମଣିପୁର ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା