କନକ ବ୍ୟୁରୋ : ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସୂଚନା ଅନୁସାରେ ଜୁନ୍ ୯ କିମ୍ବା ୧୦ ରେ ବୈଠକ ବସିବ । ଅପରେସନ ସିନ୍ଦୂରର ସଫଳତା ବଖାଣିବେ ପ୍ରତିନିଧିମଣ୍ଡଳୀ ? କିଭଳି ବିଶ୍ବମଞ୍ଚରେ ପାକିସ୍ତାନର ମୁଖା ଖୋଲାଗଲା ଏନେଇ ଆଲୋଚନା କରାଯିବ । ଭାରତର କଥାକୁ କିଭଳି ରାଷ୍ଟ୍ରମାନେ ଗ୍ରହଣ କଲେ ? କିଭଳି ଭାରତର ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଏନେଇ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । ମେ’ ୨୩ ରୁ ବିଦେଶ ଯାଇଛନ୍ତି ୭ଟି ଟିମ୍ । ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂରକୁ ନେଇ ବିଶ୍ବ ମଞ୍ଚରେ ଭାରତ ନିଜ ପକ୍ଷ ରଖିଛି ।