ଦିଲ୍ଲୀରୁ ମେରଠ ମାତ୍ର ୪୦ ମିନିଟ୍ ; ନମୋ ଭାରତ କରିଡରର ଶୁଭାରମ୍ଭ କରିବେ ମୋଦୀ

Advertisment

୪୦ ମିନିଟ୍‌ରେ ପହଞ୍ଚିବ ଦିଲ୍ଲୀରୁ ମେରଠ । ନମୋ ଭାରତ କରିଡରର ନୂଆ ଫେଜ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଥର ଦିଲ୍ଲୀରେ ପ୍ରବେଶ କରିବ ନମୋ ଭାରତ ଟ୍ରେନ୍ । ୧୧ଟି ଷ୍ଟେସନ୍ ଦେଇ କରିବ ଯାତ୍ରା ।

୪୦ ମିନିଟ୍‌ରେ ପହଞ୍ଚିବ ଦିଲ୍ଲୀରୁ ମେରଠ । ନମୋ ଭାରତ କରିଡରର ନୂଆ ଫେଜ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଥର ଦିଲ୍ଲୀରେ ପ୍ରବେଶ କରିବ ନମୋ ଭାରତ ଟ୍ରେନ୍ । ୧୧ଟି ଷ୍ଟେସନ୍ ଦେଇ କରିବ ଯାତ୍ରା ।

namoମମମମମମମମ

କନକ ବ୍ୟୁରୋ: ଆଜି ନମୋ ଭାରତ କରିଡରର ନୂଆ ଫେଜ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣିକି ଦିଲ୍ଲୀରୁ ମେରଟ ଯିବା ହେବ ସହଜ । ମାତ୍ର ୪୦ ମିନିଟ୍‌ରେ ଦିଲ୍ଲୀରୁ ମେରଟ ପହଞ୍ଚି ହେବ  । ନମୋ ଭାରତ କରିଡରର ଅତିରିକ୍ତ ୧୩ କିଲୋମିଟର ଫେଜ୍‌ର ମୋଦୀ ଶୁଭାରମ୍ଭ କରିବେ। ଏହା ସାହିବାବାଦ ଓ ନ୍ୟୁ ଅଶୋକ ନଗର ମଧ୍ୟରେ ରହିଛି। ଏହା ସହ ନମୋ ଭାରତ ଟ୍ରେନ୍ ପ୍ରଥମ ଥର ଦିଲ୍ଲୀରେ ପ୍ରବେଶ କରିବ । 

ସାହିବାବାଦ ଓ ଦକ୍ଷିଣ ମେରଟ ମଧ୍ୟରେ ପୂର୍ବରୁ ୪୨ କିଲୋମିଟର ମାର୍ଗ ରହିଛି। ଏହା ମଧ୍ୟରେ ରହିଛି ୯ଟି ଷ୍ଟେସନ୍ । ଆଜିର ଉଦ୍‌ଘାଟନ ପରେ ଏହି ରାସ୍ତା ୫୫ କିଲୋମିଟର ହେବ। ଯେଉଁଥିର ରହିବ ୧୧ଟି ଷ୍ଟେସନ୍ । ଆଜି ସଂଧ୍ୟା ୫ଟାରୁ ଯାତ୍ରୀଙ୍କ ପାଇଁ ନମୋ ଭାରତ ଟ୍ରେନ୍ ପ୍ରତ୍ୟେକ ୧୫ ମିନିଟ୍ ବ୍ୟବଧାନରେ ଉପଲବ୍ଧ ହେବ । ନ୍ୟୁ ଅଶୋକ ନଗରରୁ ଦକ୍ଷିଣ ମେରଟ ପର୍ୟ୍ୟନ୍ତ ସାଧାରଣ କୋଚ୍‌ ପାଇଁ ୧୫୦ ଟଙ୍କା ଓ ପ୍ରମିୟମ କୋଚ୍ ପାଇଁ ୨୨୫ ଟଙ୍କା ରହିବ। ଏହି କରିଡର ଆରମ୍ଭ ହେବା ଦ୍ବାରା ନ୍ୟୁ ଅଶୋକ ନଗରରୁ ଦକ୍ଷିଣ ମେରଟ ମଧ୍ୟରେ ରାସ୍ତା ୪୦ ମିନିଟ୍ କମ୍ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe