କନକ ବ୍ୟୁରୋ : ୨୯ ତାରିଖ ଆୟୁର୍ବେଦିକ ଦିବସ ବା ଧ୍ୱନ୍ୱନ୍ତରୀ ଦିବସରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାକୁ ଭେଟି । ୨୯ରେ ଆୟୁଷ୍ମାନ ଯୋଜନାର ହେବ ଶୁଭାରମ୍ଭ । ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି ।

Advertisment

ସେପଟେ ୨୯ ତାରିଖ ଆୟୁର୍ବେଦିକ ଦିବସରେ ଭୁବନେଶ୍ୱର ଜଟଣୀରେ ଉଦଘାଟନ ହେବ ଆୟୁର୍ବେଦ ଓ ନେଚରପାଥିର ବଡ଼ ହସ୍ପିଟାଲ । ୨୧ ଏକର ଜାଗାରେ ହେବ ଏହି ହସ୍ପିଟାଲ । ଗୋଠ ପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦ୍ଘାଟନ ହେବ । ସେହିପରି ରାଜ୍ୟର ଓ ସାରାଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ୟ୍ୟକ୍ରମର ଶୁଭାରମ୍ଭ ହେବ ।

ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ । ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ୬ ମାସ ମଧ୍ୟରେ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଘର ପାଇବାରୁ ବଞ୍ଚିତ ହିତାଧିକାରୀ ଏଥିରେ ଲାଭ ପାଇବେ । ସର୍ଭେ ପରେ ସମସ୍ତଙ୍କୁ ପକ୍କା ଘର ଦିଆଯିବ । ସର୍କୁଲାର ଜିଲ୍ଲାପାଳ ଓ ବିଡିଓଙ୍କ ପାଖରେ ପହଞ୍ଚିଲାଣି ।