ନୂଆ ରୂପରେ ପାମ୍ବନ ସେତୁ ; କାଲି ହେବ ଉଦଘାଟନ

ଦକ୍ଷିଣଭାରତକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେବେ ବଡ଼ ଉପହାର ।  ରାମେଶ୍ୱରମ-ପାମ୍ବନ ମଧ୍ୟରେ  ରେଳ ସେତୁକୁ ଉଦଘାଟନ କରିବେ ମୋଦୀ । ତାମିଲନାଡୁରେ କରିବେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ।

ପାମ୍ବନ ସେତୁ

ପାମ୍ବନ ସେତୁ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ : ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ରାମେଶ୍ୱରମ-ତାମ୍ବରମ ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ । ରାମନବମୀ ଅବସରରେ, ମଧ୍ୟାହ୍ନ ପ୍ରାୟ ୧୨ ଘଟିକାରେ ସେ ନୂତନ ପାମ୍ବନ ରେଳ ସେତୁ ଯାହାକି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିବେ ଏବଂ ରୋଡ ସେତୁରୁ ଏକ ଟ୍ରେନ ଏବଂ ଏକ ଜାହାଜକୁ ପତାକା ଦେଖାଇ ସେତୁର କାର୍ଯ୍ୟକ୍ଷମତା ଦେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe