କନକ ବ୍ୟୁରୋ: ଆତଙ୍କବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟରେ ପାକିସ୍ତାନ । ମଧ୍ୟପ୍ରଦେଶ ଭୋପାଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ। ମୋଦୀ କହିଛନ୍ତି, ‘ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇନାହାନ୍ତି , ବରଂ  ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି । ସେମାନେ ଆମ ସମାଜକୁ ଭାଗ ଭାଗ କରିବାକୁ ଚେଷ୍ଟା କରିଛନ୍ତି । ଆତଙ୍କବାଦୀମାନେ ଭାରତର ନାରୀ ଶକ୍ତିକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି । 

Advertisment

ଭାରତ ଇତିହାସରେ ଅପରେସନ ସିନ୍ଦୂର ସବୁଠାରୁ ବଡ଼ ଆତଙ୍କ ବିରୋଧୀ ଅଭିଯାନ ଯାହା ସଫଳ ହୋଇଛି ଯେଉଁଥିରେ ଧ୍ବଂସ ହୋଇଛି  ଏକାଧିକ ଆତଙ୍କବାଦୀ ଆଡ୍ଡା । ବର୍ତ୍ତମାନ ଭାରତର ପ୍ରତ୍ୟେକ ନାଗରିକ କହୁଛନ୍ତି, ଯଦି ତୁମେ ଗୁଳି ଚଳାଇବ, ତେବେ ଧରିନିଅ ଯେ ଗୁଳିର ଜବାବ ଗୋଳାରେ  ଦିଆଯିବ ।