କନକ ବ୍ୟୁରୋ; ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ଏ ସଂପର୍କରେ ସୂଚନା ଦେଇ ସେ ଲେଖିଛନ୍ତି, ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲି । ମୁଖ୍ୟତଃ ୨ଟି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।
ଟ୍ରମ୍ପଙ୍କୁ ମୋଦୀଙ୍କ ଫୋନ୍
- ଗାଜା ଶାନ୍ତି ଯୋଜନାର ସଫଳତା ପ୍ରସଙ୍ଗରେ ଆଲୋଚନା
- ଐତିହାସିକ ସଫଳତା ପାଇଁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି
- ଉଠିଲା ଭାରତ-ଆମେରିକା ବାଣିଜ୍ୟିକ ଆଲୋଚନା ପ୍ରସଙ୍ଗ
- ବାଣିଜ୍ୟିକ ଆଲୋଚନା ଅଗ୍ରଗତିର ସମୀକ୍ଷା କଲେ ମୋଦୀ
- ବାଣିଜ୍ୟିକ ଆଲୋଚନାରେ ଭଲ ଅଗ୍ରଗତି ହାସଲ ନେଇ ସୂଚନା
- ଆଗାମୀ ସପ୍ତାହ ଗୁଡ଼ିକରେ ବି କଥାବାର୍ତ୍ତା ଜାରି ରହିବ
- ଗାଜା ଶାନ୍ତି ପ୍ରସ୍ତାବରେ ସଫଳତା ନେଇ ଘୋଷଣା କରିଛନ୍ତି ଟ୍ରମ୍ପ୍
- ଇସ୍ରାଏଲ୍-ହମାସ୍ ମଧ୍ୟରେ ଶାନ୍ତି ଚୁକ୍ତି ସଫଳ ହୋଇଛି
- ଅସ୍ତ୍ରବିରତି ନେଇ ପ୍ରଥମ ପର୍ଯ୍ୟାୟରେ ଉଭୟ ପକ୍ଷର ସହମତି
- ଏ ସଂପର୍କରେ କିଛି ଘଣ୍ଟା ତଳେ ଘୋଷଣା କରିଛନ୍ତି ଟ୍ରମ୍ପ୍
- ଖୁବଶୀଘ୍ର ହମାସ୍ କବଜାରୁ ମୁକ୍ତ ହେବେ ଇସ୍ରାଏଲୀ ପଣବନ୍ଦୀ
- ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ୍
- ଧ୍ବସ୍ତବିଧ୍ବସ୍ତ ଗାଜାରେ ଶାନ୍ତି ଫେରିବା ନେଇ ଜାଗିଛି ଆଶା
- ୨ ବର୍ଷ ହେଲା ଜାରି ରହିଛି ଇସ୍ରାଏଲ୍-ହମାସ୍ ଘମାଘୋଟ ଯୁଦ୍ଧ
- ଯୁଦ୍ଧରେ ଯବନିକା ପଡ଼ିବା କି ନାହିଁ, ରହିଛି ସାରା ବିଶ୍ୱର ନଜର
ଶାନ୍ତି ଚୁକ୍ତି ପାଇଁ ହମାସ-ଇସ୍ରାଏଲ ସହମତି, ଟାରିଫ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କଲେ ନରେନ୍ଦ୍ର ମୋଦି
ଗାଜା ଶାନ୍ତି ଯୋଜନା ଐତିହାସିକ ସଫଳତା ନେଇ ଦେଲେ ଶୁଭେଚ୍ଛା । ବାଣିଜ୍ୟିକ ବୁଝାମଣା ନେଇ ହେଲା ଆଲୋଚନା ।
/kanak/media/media_files/2025/10/10/modi-2025-10-10-08-06-24.jpg)