କନକ ବ୍ୟୁରୋ: ଗୁଜରାଟ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି । ଅପରେସନ ସିନ୍ଦୂରର ସଫଳତା ବଖାଣିବା ସହ ସେନାର ଭୁରି ଭୁରି ପ୍ରଂଶସା କରିଛନ୍ତି । ଏଥିସହ ଗୁଜରାଟ ମାଟିରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୋଦୀ । ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ମୁହଁତୋଡ ଜବାବ ଦିଆଯିବ ।
ଆତଙ୍କୀ କାର୍ଯ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଏକ ମାତ୍ର ଲକ୍ଷ୍ୟ, ମାଟିରେ ମିଶିବେ ଆତଙ୍କୀ । ଏଥିସହ ମଞ୍ଚରୁ ଚୀନକୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ପ୍ରକାର ବିଦେଶୀ ସାମାନ ନକିଣିବାକୁ ଦେଶବାସୀଙ୍କଠୁ ପ୍ରତିଶ୍ରୁତି ଚାହିଁଛନ୍ତି ମୋଦୀ ।