ସୁରକ୍ଷିତ ଓ ସମୃଦ୍ଧ ଭାରତ ପାଇଁ ବିଶାଳ ଯୋଜନା, ପରମାଣୁ ଶକ୍ତି କ୍ଷମତାରେ ୧୦ ଗୁଣା ଆଗକୁ ବଢ଼ିବ ଭାରତ

ଶତ୍ରୁ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସେମାନେ ମେକ୍ ଇନ୍ ଇଣ୍ଡିଆର ସାମର୍ଥ୍ୟ ବାବଦରେ ଜାଣିନଥିଲେ । ଏହାସହ ଭାରତ ଏବେ ସ୍ବଦେଶୀ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ଢାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

10

କନକ ବ୍ୟୁରୋ : ସାରା ବିଶ୍ବ ଏବେ ଯୁଦ୍ଧ ମୁହାଁ । ଋଷ ସହ ୟୁକ୍ରେନର ଯୁଦ୍ଧ, ଇସ୍ରାଏଲ ସହ ଇରାନର ଯୁଦ୍ଧ ଓ କେବେ କେବେ ଭାରତ ସହ ପାକିସ୍ତାନର ଯୁଦ୍ଧ । ହେଲେ ଯୁଦ୍ଧର ତରିକା ବଦଳିଥିବାରୁ ଏବେ ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନେଇ ଦେଶ ଦେଶ ମଧ୍ୟରେ ଧମକ ଚମକ ଦେବା ନେବା ଚାଲିଛି । ତେଣୁ ପ୍ରତିଟି ଦେଶ ଏବେ କିଭଳି ପରମାଣୁ ଶକ୍ତିରେ ଶକ୍ତିଶାଳୀ ହେବେ ତାହାକୁ ନେଇ ବିଚାର ବିମର୍ଷ କରୁଛନ୍ତି । ଏହାରି ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତକୁ ଆହୁରି ପରମାଣୁ ଶକ୍ତିରେ ଶକ୍ତିଶାଳୀ କରିବାକୁ ବିଚାର କରୁଛନ୍ତି । ଏନେଇ ସ୍ବାଧୀନତା ଦିବସ ଅବସରରେ ସେ ଲାଲକିଲ୍ଲାରେ ଭାଷଣ ଦେବା ଅବସରରେ କହିଛନ୍ତି କି, ଆଗାମୀ ଦିନରେ ଭାରତ ପରମାଣୁ ଶକ୍ତିରେ ଆହୁରି ୧୦ ଗୁଣା ଶକ୍ତିଶାଳୀ ହେବାକୁ ଯାଉଛି । 

ଲାଲକିଲ୍ଲା ପ୍ରାଚୀରରୁ ସେ ନାଁ ନନେଇ ପାକିସ୍ତାନକୁ ସମାଲୋଚନା କରିଥିଲେ । ଅପରେସନ୍ ସିନ୍ଦୂରକୁ ନେଇ ସେ କହିଥିଲେ କି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ଭାରତର ବୀର ଯବାନ ଆଶା ଠାରୁ ଅଧିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ବିଶ୍ବ ରାଜନୀତିକୁ ନେଇ ମୋଦୀ କହିଛନ୍ତି ଏବେ ରାଜନୀତିର ରୂପରେଖ ବଦଳୁଛି । ତେଣୁ ଆତ୍ମନିର୍ଭରଶୀଳ ହେବାକୁ ଆମକୁ ସଚେତନ ଓ ପ୍ରତିଶ୍ରୁତିବଦ୍ଧ ହେବାକୁ ପଡ଼ିବ । ଭାରତ ଏବେ ଆଣବିକ ଶକ୍ତି ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି । ଏବେ ଭାରତ ୧୦ଟି ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ କରିଛି । ଆମେ ସ୍ବାଧୀନତାର ୧୦୦ ତମ ବର୍ଷ ପାଳନ କରିବା ବେଳକୁ ପରମାଣୁ ଶକ୍ତି କ୍ଷମତାକୁ ଆହୁରି ୧୦ ଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ   

ଶତ୍ରୁ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସେମାନେ ମେକ୍ ଇନ୍ ଇଣ୍ଡିଆର ସାମର୍ଥ୍ୟ ବାବଦରେ ଜାଣିନଥିଲେ । ଏହାସହ ଭାରତ ଏବେ ସ୍ବଦେଶୀ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ଢାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

କେବଳ ସେତିକି ନୁହେଁ ଗଗନଯାନ ଅଭିଯାନରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ କରୁଛି ଓ ନିଜର ମହାକାଶ ଷ୍ଟେସନ ପାଇଁ ମଧ୍ୟ ଯୋଜନା କରାଯାଉଛି । ଅନୁପ୍ରବେଶ ସମ୍ପର୍କରେ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଅନୁପ୍ରବେଶକାରୀମାନେ ଆମ ଦେଶର ଯୁବପିଢ଼ିଙ୍କ ରୋଜଗାର ଛଡ଼ାଇନେଇଛନ୍ତି । ସେମାନେ ନିରିହ ଆଦିବାସୀମାନଙ୍କୁ ବୋକା ବନାଇ ସେମାନଙ୍କର ଜଙ୍ଗଲ ଜମି ଛଡ଼ାଇ ନେଉଛନ୍ତି । ଏହାକୁ ବରଦାସ୍ତ କରାଯିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe