Mitra Bibhusan Award Photograph: (KanakNews)
କନକ ବ୍ୟୁରୋ: ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲମ୍ବୋରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ୱିଜିତା ହେରାଥ, ସ୍ୱାସ୍ଥ୍ୟମନ୍ତ୍ରୀ ନଲିନ୍ଦା ଜୟତିସା ଏବଂ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖର ବିମାନବନ୍ଦରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀଲଙ୍କାରେ ସର୍ବୋଚ୍ଚ ସମ୍ମାନ ମିତ୍ର ବିଭୂଷଣ ପ୍ରଦାନ କରାଯାଇଛି । ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ସହ ଶ୍ରୀଲଙ୍କା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା । ଗତ ୭ ମାସ ମଧ୍ୟରେ କୌଣସି ବିଦେଶୀ ନେତାଙ୍କ ଏହା ପ୍ରଥମ ଶ୍ରୀଲଙ୍କା ଗସ୍ତ ।ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୯ରେ ଶ୍ରୀଲଙ୍କା ଗସ୍ତ କରିଥିଲେ ଏବଂ ୨୦୧୫ ପରେ ଏହା ତାଙ୍କର ଚତୁର୍ଥ ଶ୍ରୀଲଙ୍କା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ସହ ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ଚୁକ୍ତି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ କାହିଁକି ସ୍ୱତନ୍ତ୍ର?
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଏବଂ ଶକ୍ତି, ବାଣିଜ୍ୟ ଏବଂ ଯୋଗାଯୋଗ କ୍ଷେତ୍ରରେ ଭାଗିଦାରୀକୁ ଗୁରୁତ୍ବ ଦିଆଯାଇଛି ।
ମୋଦୀ ଓ ରାଷ୍ଟ୍ରପତି ଦିଶାନାୟକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୭ଟି କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଭାରତ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା କରିବ ମୋଦୀ ଦେଇଛନ୍ତି ପ୍ରତିଶ୍ରୁତି।
ଭାରତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ହମ୍ବନଟୋଟାରେ ଅବସ୍ଥିତ ।
ଏହି ବନ୍ଦର ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବନ୍ଦର ମଧ୍ୟରୁ ଅନ୍ୟତମ, ୧.୫ ବିଲିୟନ ଡଲାର ବ୍ୟୟରେ ନିର୍ମିତ ହମ୍ବନଟୋଟା ବନ୍ଦର ଚୀନ୍ର ଋଣରେ ନିର୍ମିତ ହୋଇଥିଲା ।
କିନ୍ତୁ ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ଶ୍ରୀଲଙ୍କା ଏହାକୁ ୯୯ ବର୍ଷ ପାଇଁ ଚୀନ୍କୁ ହସ୍ତାନ୍ତର କରିଥିଲା।
ଏହା ହେଉଛି ସେହି ବନ୍ଦର, ଯାହାକୁ ଚୀନ୍ ଏବେ ନିଜର ରଣନୈତିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ।
ଏହି କାରଣରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା, ଭାରତ ଶ୍ରୀଲଙ୍କାକୁ ଚୀନର ଋଣ ଜାଲରୁ ବାହାର କରି ଏକ ଭରସାଯୋଗ୍ୟ ସହଯୋଗୀ କରିବାକୁ ଚାହୁଁଛି।
Follow Us