ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଜେରୋଧାର ଫାଉଣ୍ଡର ନିଖିଲ୍ କାମଥ୍  ଙ୍କ ସହ ଏକ ପୋଡକାଷ୍ଟରେ ସାକ୍ଷାତକାର କରି ଅନେକ ମୁଦ୍ଦା ଉପରେ ଟିପ୍ପଣୀ ରଖିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜ ଉପରେ ହୋଇଥିବା ‘ମେଲୋଡି ମିମ୍ସ’ କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

Advertisment

Nikhil-Kamath

ଏହି ମିମ୍ସ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ ପରଠାରୁ ଭାଇରାଲ୍ ହେବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ ପଚରାଯିବାରୁ ସେ ହସି କହିଥିଲେ , ‘ଏସବୁ ତ ଚାଲେ । ମୁଁ ମିମ୍ସ କିମ୍ବା ଅନଲାଇନ୍ କଥାବାର୍ତ୍ତାରେ ସମୟ ବ୍ୟର୍ଥ କରିବାକୁ ପସନ୍ଦ କରେନାହିଁ ।’ ଏହାସହ ପୋଡକାଷ୍ଟରେ ନିଜର ଖାଦ୍ୟପେୟ , ଅଭ୍ୟାସ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । 

MWEME

ମୁଁ ଖାଦ୍ୟକୁ ନେଇ ଏତେ ସୌଖିନ ନୁହଁ : ମୋଦୀ 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ମନପସନ୍ଦର ଖାଇବାକୁ ନେଇ ପଚରାଯିବାରୁ ସେ କହିଥିଲେ , ମୁଁ ଏତେ ଖାଇବା ପ୍ରିୟ ନୁହଁ । ଯେଉଁ ଦେଶକୁ ବି ଯାଏ ଯାହା ପରଷାଯାଏ ମୁଁ ଖୁସି ଖୁସି ଖାଏ । ପ୍ରଧାନମନ୍ତ୍ରୀ ନିଜର ଜୀବନ ଏବଂ ଭୋଜନ ପ୍ରତି ଥିବା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି , ମୋ ସାମ୍ନାରେ ମେନ୍ୟୁ ରଖିଦେଲେ ମୁଁ ଜାଣିପାରେନା କ’ଣ ଖାଇବି । ସେ କୁହନ୍ତି ସଂଘ ପାଇଁ କାମ କରିବାର ଆରମ୍ଭ ଦିନରେ ସେ ରେସ୍ତୋରାଁରେ ଖାଦ୍ୟ ଅର୍ଡର କରିବା ପାଇଁ ଅରୁଣ ଜେଟଲୀଙ୍କ ସାହାଯ୍ୟ ନେଇଥିଲେ । 

07eWLDTzd4KeiVjS6UKy

ରେଲୱେ ଷ୍ଟେସନରେ ଚା’ ବିକି ଶିଖିଲି ହିନ୍ଦୀ : ପ୍ରଧାନମନ୍ତ୍ରୀ 

ଜେରୋଧାର ଫାଉଣ୍ଡର ନିଖିଲ୍ କାମଥ୍ ଙ୍କ ସହ କଥାବାର୍ତ୍ତା ହେବା ସମୟରେ ପ୍ରଧାନମନ୍ତ୍ରୀ କହିଲେ , ‘ଲୋକମାନେ ମତେ ପଚାରୁଥିଲେ । ତୁମେ ଗୁଜୁରାଟର ହୋଇ ଏତେ ଭଲ ହିନ୍ଦୀ କେମିତି କହିପାରୁଛ । ମୁଁ ସେମାନଙ୍କୁ କହୁଥିଲି ଷ୍ଟେସନରେ ଲୋକଙ୍କ ସହ କଥା ହୋଇ ମୁଁ ହିନ୍ଦୀ ଶିଖିଛି ।’ 

DFGDG

‘ଦେଶ ପ୍ରଥମ’ ସିଦ୍ଧାନ୍ତରେ ଆଧାରିତ ମୋ ଜୀବନ : ମୋଦୀ 

ପ୍ରଧାନମନ୍ତ୍ରୀ ନିଜ ଜୀବନକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ , ‘ଦେଶ ପ୍ରଥମ’ ସିଦ୍ଧାନ୍ତରେ ଆଧାରିତ ମୋ ଜୀବନ । ମୋ ଯୁବାବସ୍ଥା ସମୟର ଅନୁଭବ ହିଁ ମୋ କ୍ୟାରିୟରକୁ ନୂତନ ଆକାର ଦେଇଛି । ସଦାବେଳେ ଲୋକଙ୍କ ହିତ ପାଇଁ କାମ କରିବା ମୋଦୀଙ୍କ ସ୍ବପ୍ନ ଥିଲା । ଲୋକଙ୍କ ପ୍ରତି ତାଙ୍କର ସହାନୁଭୂତି ହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାର ପ୍ରେରଣା ଯୋଗାଇଥିଲା ।