ଦିଲ୍ଲୀ ନିର୍ବାଚନ : କେଜ୍ରିୱାଲଙ୍କ ଉପରେ ମୋଦି ହମ୍‌ଲା । '୧୧ ବର୍ଷ କିଛି କଲେନି, ଖାଲି ମିଛ କହିଲେ'

Advertisment

ଦିଲ୍ଲୀ ଜଙ୍ଗ ଜିତିବାକୁ ଏବେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗ୍ରାଉଣ୍ଡରେ ବିଜେପି, କଂଗ୍ରେସ ଓ ଆପ୍‌ ବିଭିନ୍ନ ଘୋଷଣା ମଧ୍ୟ କରୁଛନ୍ତି

Updated On

ଦିଲ୍ଲୀ ଜଙ୍ଗ ଜିତିବାକୁ ଏବେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗ୍ରାଉଣ୍ଡରେ ବିଜେପି, କଂଗ୍ରେସ ଓ ଆପ୍‌ ବିଭିନ୍ନ ଘୋଷଣା ମଧ୍ୟ କରୁଛନ୍ତି

ଅଦ୍ୟତନ ହୋଇଛି
Modi Kejriwal Delhi

Modi Kejriwal Delhi Photograph: (kanak news)

କନକ ବ୍ୟୁରୋ: ସରଗରମ ହେଲାଣି ଦିଲ୍ଲୀ ରାଜନୀତି । ନିର୍ବାଚନ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଚାହିଁ ବସିଥିବା ଆପ୍‌ ରାସ୍ତାରେ କଣ୍ଟା ସାଜିଛନ୍ତି ମୋଦି । କାରଣ ନିଜ ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ କହିଥିଲେ, ମୋଦି ସରକାର ଆସିଲେ ସବୁ ବସ୍ତି ଭାଙ୍ଗିଦେବେ, ଲୋକଙ୍କୁ ହଇରାଣ କରିବେ । ମାଗଣା ଗାଡ଼ିଠୁ ଆରମ୍ଭ କରି ବିଜୁଳି, ପାଣି ସବୁ ବନ୍ଦ କରିଦେବେ । ଦିଲ୍ଲୀବାସୀଙ୍କ ଉପରେ ବୋଝ ବଢିଯିବ । ଏମିତି କହି ଟାର୍ଗେଟ୍‌ କରିଥିଲେ କେଜ୍ରିୱାଲ । ହେଲେ ଏହାର କଡ଼ା ଜବାବ ରଖିଛନ୍ତି ମୋଦି । କହିଛନ୍ତି, ଆମେ ପ୍ରତିଶ୍ରୁତି ଦେଉଛୁ ନିର୍ବାଚନ ଜିତିବା ପରେ ବି ଆମେ ଗୋଟିଏ ହେଲେ ଘର ଭାଙ୍ଗିବୁ ନାହିଁ । ଦିଲ୍ଲୀର ବିକାଶ ଆମର ଫୋକସ୍‌ ।

ନିର୍ବାଚନ ପାଖେଇ ଆସୁଛି, ଦିଲ୍ଲୀ ରାଜନୀତି ପାରା ବଢୁଛି
କେଜ୍ରିୱାଲଙ୍କ ଭାଣ୍ଡାଫୋଡ୍‌ କଲେ ମୋଦି
କହିଲେ, ଜଣଙ୍କ ଘର ବି ଭଙ୍ଗା ଯିବନି
କେଜ୍ରିୱାଲଙ୍କ ମୋଦିଙ୍କ ଉତ୍ତର
ବିଜେପି ଜିତିଲେ ବିକାଶ ହେବ
ଦୁର୍ନୀତିରେ ବୁଡ଼ିଛି ଆପ୍‌ ସରକାର

ଦିଲ୍ଲୀ ଜଙ୍ଗ ଜିତିବାକୁ ଏବେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗ୍ରାଉଣ୍ଡରେ ବିଜେପି, କଂଗ୍ରେସ ଓ ଆପ୍‌ ବିଭିନ୍ନ ଘୋଷଣା ମଧ୍ୟ କରୁଛନ୍ତି । ପରସ୍ପର ପରସ୍ପରଙ୍କୁ ଟାର୍ଗେଟ୍‌ ବି କରିଛନ୍ତି । ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ, ମୋଦି ଦେଶର ବିକାଶ କରିବାକୁ କେବେ ଚାହାଁନ୍ତି ନାହିଁ । ବିଜେପି ସରକାରକୁ ଆସିଲେ ଦେଶର ବିକାଶ ହେବନି କି ଦିଲ୍ଲୀର ବିକାଶ ହେବନି । ବୋଝ ବଢିଯିବ ଦିଲ୍ଲୀବାସୀଙ୍କ ଉପରେ । ହେଲେ ମୋଦି ଏହାର କଡ଼ା ଟିପ୍ପଣୀ ଦେବା ସହିତ କହିଛନ୍ତି, ଦିଲ୍ଲୀବାସୀଙ୍କୁ କିଛି ଲୋକ ଭ୍ରମିତ କରିବା ଲାଗି କାମ କରନ୍ତି । ଆମେ ପ୍ରତି ଜନତାଙ୍କ ବିକାଶ କରିବା ଲାଗି ସଂକଳ୍ପବଦ୍ଧ । 

ବସ୍ତିଘର ଭଙ୍ଗାଯିବନି
ବସ୍ତିର ବିକାଶ ସୁନିଶ୍ଚିତ

ଦେଶର ରାଜଧାନୀ ଦିଲ୍ଲୀ । ପ୍ରତି ରାଜନୈତିକ ଦଳର ଫୋକସ୍‌ରେ ଥାଏ ଦିଲ୍ଲୀ ରାଜନୀତି । ୧୦ ବର୍ଷ ହେଲାଣି ଦିଲ୍ଲୀରେ ଆପ୍‌ ସରକାର ରହିଛି । ତେଣୁ ତୃତୀୟ ଥର ଲାଗି ସରକାରକୁ ଫେରିବାକୁ ଆପ୍‌ କସରତ ବି କରିଛି । ହେଲେ ମଦ ଦୁର୍ନୀତିଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଦୁର୍ନୀତିରେ ଏମିତି ଛନ୍ଦି ହୋଇଛନ୍ତି ଯେ କେଜ୍ରିୱାଲ ଲୋକମାନେ ତାଙ୍କୁ ବିଶ୍ବାସ କରିବା କଷ୍ଟକର ହୋଇ ପଡୁଛି । ଏମିତି ସ୍ଥିତିରେ ସେ ମୋଦିଙ୍କୁ ଟାର୍ଗେଟ୍‌ କରିବା ଲାଗି ଚେଷ୍ଟା କରୁଥିବା ବେଳେ ନିଜେ ବିଜେପିର ଟାର୍ଗେଟ୍‌ ହୋଇଯାଇଛନ୍ତି । ନିର୍ବାଚନ ରାଲିଲେ ଯୋଗ ଦେଇ ମୋଦି କହିଛନ୍ତି, ଆମେ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ବିଶ୍ବାସ କରୁ । ଦିଲ୍ଲୀ ଏମିତି ଏକ ରାଜ୍ୟ ଯେଉଁଠାରେ ଦେଶର ପ୍ରତି ରାଜ୍ୟର ଲୋକ ରୁହନ୍ତି । ତେଣୁ ଏଠାରେ ବିକାଶ ହେବା ନିହାତି ଦରକାର । ଆପଣମାନେ ଚାହିଁଲେ ମୋର କ୍ଷମତା ବଢାଇବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ । 

ବିକାଶର ଆସିବ ନୂଆ ବସନ୍ତ
ଅବକୀ ବାର ଦିଲ୍ଲୀରେ ବିଜେପି ସରକାର

ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି କହିଛନ୍ତି, ମତେ ଭଲରେ ଜଣାଅଛି କି ଏଥର ଆପଣମାନେ ମନସ୍ତ କରିଛନ୍ତି ବିଜେପିକୁ ଜିତାଇବେ । କାରଣ ଏଇଠି ଯେଉଁ ସରକାର ଅଛି ସେମାନେ ୧୧ ବର୍ଷ ହେଲାଣି କିଛି କରିନାହାନ୍ତି । ଯଦି ଜନତାଙ୍କ ଲାଗି କାମ କରିଥାଆନ୍ତେ ତାହାଲେ ଆଜି ଦିଲ୍ଲୀ ବହୁ ଆଗକୁ ଯାଇସାରିଥାଆନ୍ତା । ହେଲେ ମୁଁ ଗ୍ୟାରେଣ୍ଟି ଦେଉଛି, ପ୍ରତିଟି ବ୍ୟକ୍ତିଙ୍କ ଅସୁବିଧା ସମାଧାନ କରିବି । ବିକାଶ ଲାଗି ଆମ ଦଳ କାମ କରୁଛି, କାମ କରିବ ମଧ୍ୟ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ବି ଡବଲ ହେବ ବୋଲି ମୋଦି କହିଛନ୍ତି । ଆଉ ଉପସ୍ଥତ ଥିବା ଜନତା ବି ମୋଦି ମୋଦି ନାରାରେ କମ୍ପାଇଥିଲେ । ଏସବୁ ଚିତ୍ରରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ସତେ ଯେମିତି ଏଥର ଦିଲ୍ଲୀରେ ବିଜେପି ସରକାର ଆସିବ । ତେବେ ଚିତ୍ର ୮ ତାରିଖରେ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe