କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଦୂଇଟି ବଡ଼ ମହତ୍ତ୍ବକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ମିଶନର ଆରମ୍ଭ ହୋଇଛି । ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁଇଟି ଯାକ ଯୋଜନା ଦେଶର ଲକ୍ଷାଧିକ ଚାଷୀଙ୍କ ମୁହଁରେ ହସ ଫୁଟାଇବ । ଯୋଜନାରେ ସରକାର ପାଖାପାଖି ୩୫ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ । ଗତ ୧୧ ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନୀ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । ସେହିପରି ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ସମ୍ବଲପୁରରେ ୧୦୦ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ଆକ୍ବା ପାର୍କ ଏବଂ ଭୁବନେଶ୍ୱର ପାଣ୍ଡରାଠାରେ ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପିଏମ୍ ଧନ-ଧାନ୍ୟ କୃଷି ଯୋଜନାର ଲାଭ ସିଧାସଳଖ ଚାଷୀଙ୍କୁ ମିଳିବ
କୃଷକଙ୍କ ଆୟ ବୃଦ୍ଧି ପାଇଁ ଦେଶର ୧୦୦ ନିମ୍ନ-ଉତ୍ପାଦନକାରୀ ଜିଲ୍ଲା ଗୁଡ଼ିକର ସାମଗ୍ରିକ ବିକାଶ ହେବ
୧୦୦ ଜିଲ୍ଲା ମଧ୍ୟରୁ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା ଅନ୍ତର୍ଭୁକ୍ତ
କୃଷି ଉତ୍ପାଦନ ବୃଦ୍ଧି, ଜଳସେଚନ, ଫାର୍ମ ମେକାନାଇଜେସନ୍, ଫସଲ ସଂରକ୍ଷଣ ପାଇଁ ଷ୍ଟୋରେଜ ଏବଂ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ
୬ ବର୍ଷରେ ବର୍ଷକୁ ୨୪ ହଜାର ହିସାବରେ ୧ଲକ୍ଷ ୪୪ ହଜାର କୋଟିର ଆର୍ଥିକ ସହାୟତା ଯୋଗାଇ ଦିଆଯିବ
ଏହାଦ୍ବାରା ୭୦ଲକ୍ଷ କୃଷକ ଉପକୃତ ହେବେ
ଏହି ଯୋଜନାଗୁଡ଼ିକ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇବ