କନକ ବ୍ୟୁରୋ : ଫେବ୍ରୁଆରୀ ୫ରେ ଉତରପ୍ରଦେଶର ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ସୂଚନା ଅନୁସାରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ସହ ସ୍ବତନ୍ତ୍ର ପୂଜାପାଠ କରିବା ପରେ  ସାଧୁସନ୍ଥଙ୍କୁ ଭେଟିବେ । ୧୩ଟି ଆଖାଡା ପରିଦର୍ଶନ କରିବା କାର୍ଯ୍ୟକ୍ରମ  ମଧ୍ୟ ରହିଛି । ଏଥିସହ ପ୍ରୟାଗରାଜର ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ମୋଦୀ । ସେହିପରି ଜାନୁଆରୀ ୨୭ରେ  ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖନ ଯିବା କାର୍ୟ୍ୟକ୍ରମ ମଧ୍ୟ ରହିଛି ।ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନି ।