କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ା ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ଝାରସୁଗୁଡ଼ାରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ମୋଦୀଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶା ଆସିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ମୋଦୀ ସୂଚନା ଦେଇଥିଲେ ଝାରସୁଗୁଡ଼ା ବିମାନ ବନ୍ଦରରେ ଦିନ ୧୧ଟା ୧୦ରେ ପହଂଚିଥିଲେ । ବିମାନବନ୍ଦରରୁ ଜେଲ ଛକ ଯାଏଁ ୨ କିଲୋମିଟର ରୋଡ ସୋ କରି ପ୍ରଧାନମନ୍ତ୍ରୀ ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଂଚିଛନ୍ତି । ଦେଢ ଘଣ୍ଟା ଧରି ସଭାସ୍ଥଳରେ ରହିଥିଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ସଭାସ୍ଥଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ନିଜର ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
- ଓଡ଼ିଶାକୁ ଭେଟି ଦେଲେ ମୋଦୀ
- ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଲେ ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
- ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
- ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
- କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ
- ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ
- ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ
- ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍
- ଭୀମସାର ଓ ଏମକେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ
- ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ
- ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ
- ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ