ସେମିକଣ୍ଡକ୍ଟରକୁ ନେଇ କ’ଣ ରହିବ ଭାରତର ରଣନୀତି । ନୋଏଡାରେ ତିନିଦିନିଆ ସେମିକନ ଏକ୍ସପୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ କିପରି ବିଶ୍ବ ହବ ପାଲଟିବ ସେନେଇ ପୁରା ଷ୍ଟ୍ରାଟେଜି ପ୍ରସ୍ତୁତ କରାଯଯିବ । ନୋଏଡାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ ସମ୍ମିଳନୀ ଆସନ୍ତା ୧୩ ତାରିଖ ଯାଏ ଚାଲିବ। ଏହି ସମ୍ମିଳନୀରେ ବିଶ୍ବର ବଡ ବଡ ସେମିକଣ୍ଡକ୍ଟର ଉତ୍ପାଦନକାରୀ  କମ୍ପାନୀମାନେ ଯୋଗଦେଇଛନ୍ତି। ଏଥିରେ  ସାରା ବିଶ୍ବରୁ ୨୫୦ରୁ ଅଧିକ ପଦର୍ଶକ ଏବଂ ୧୫୦ରୁ ଅଧିକ ବକ୍ତା ଯୋଗଦେଇଛନ୍ତି।

371p

କନକ ବ୍ୟୁରୋ :   ସେମିକନ ୨୦୨୪ ସମ୍ମଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତରପ୍ରଦେଶ ନୋଏଡାରେ ଅନୁଷ୍ଠିତ ତିନିଦିନିଆ ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଉପରେ ଆଲୋଚନା ହେବ। ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ କିପରି ବିଶ୍ବ ହବ ପାଲଟିବ ସେନେଇ ପୁରା ଷ୍ଟ୍ରାଟେଜି ପ୍ରସ୍ତୁତ କରାଯଯିବ । ନୋଏଡାରେ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ ସମ୍ମିଳନୀ ଆସନ୍ତା ୧୩ ତାରିଖ ଯାଏ ଚାଲିବ। ଏହି ସମ୍ମିଳନୀରେ ବିଶ୍ବର ବଡ ବଡ ସେମିକଣ୍ଡକ୍ଟର ଉତ୍ପାଦନକାରୀ  କମ୍ପାନୀମାନେ ଯୋଗଦେଇଛନ୍ତି। ଏଥିରେ  ସାରା ବିଶ୍ବରୁ ୨୫୦ରୁ ଅଧିକ ପଦର୍ଶକ ଏବଂ ୧୫୦ରୁ ଅଧିକ ବକ୍ତା ଯୋଗଦେଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଲାର୍ସେନ ଆଣ୍ଡ ଟର୍ବୋ କମ୍ପାନୀ ଭାରତରେ  ୨୫ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ପୁଞ୍ଜି ବିନିଯୋଗ କରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe