କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ୧୨୨ ତମ ସଂସ୍କରଣରେ ଆତଙ୍କବାଦ ବାବଦରେ ଦେଶବାସୀଙ୍କୁ ସଜାଗ କରିଛନ୍ତି । ଆତଙ୍କବାଦ ବିରୋଧରେ ଦେଶବାସୀ ଏକାଠି ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ମୋଦୀ କହିଛନ୍ତି କି,ଆତଙ୍କବାଦ ସମାପ୍ତ କରିବାକୁ ସଂକଳ୍ପ ନେବାକୁ ପଡିବ । ସେ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି କି, ଆଜି ସାରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛନ୍ତି । ଏହାସହ ସେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଯେଭଳି ସଫଳତା ହାସଲ କଲା ତାହାକୁ ପ୍ରଶଂସା କରିଛନ୍ତି । ସେପଟେ ଅପରେସନ୍ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶରେ ବିଜେପି ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯେଭଳି ଗାଁରୁ ସହର ପର୍ଯ୍ୟନ୍ତ ଲୋକ ସାମିଲ ହେଲେ ସେନେଇ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।