କନକ ବ୍ୟୁରୋ : ଆଜି ଜେଡ୍ ମୋଡ ସୁଡ଼ଙ୍ଗର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁଟକଡି ନାମକ ସ୍ଥାନରେ  ପ୍ରଧାନମନ୍ତ୍ରୀ ଜେଡ୍‌ ମୋଡ  ସୁଡ଼ଙ୍ଗର ଉଦ୍‌ଘାଟନ କରିବେ । ଏହି  ସମୟରେ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ  ମନୋଜ ଶିହ୍ନା,  ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେଡ୍‌ ମୋଡ ସୁଡ଼ଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

Advertisment

 ଜେଡ ମୋଡ ସୁଡ଼ଙ୍ଗ ଜାମ୍ମୁ କାଶ୍ମୀର  ଏବଂ ଲଦାଖ  ପାଇଁ  ରାଜନୈତିକ ଏବଂ ଆର୍ଥିକ  ଦୃଷ୍ଟିରୁ  ବୁହୁତ ମହତ୍ବପୂର୍ଣ୍ଣ ।  ତେବେ ଆପଣଙ୍କୁ ଏଠି କହିରଖୁଛୁ ଯେ, ଜେଡ୍‌ ମୋଡ ସୁଡ଼ଙ୍ଗ କୂଟନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଲଦାଖ ଅଞ୍ଚଳରେ ଦେଶର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଏହି 6.5 କିଲୋମିଟର ଲମ୍ବା ସୁଡ଼ଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ଭୂମିକା  ଗ୍ରହଣ କରୁଛି ।   

ଜେଡ୍‌ ମୋଡ  ସୁଡ଼ଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ  ଶନିବାର ଦିନ ସୋସିଆଲ ମିଡିଆରେ  ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦୀ ଳେଖିଥିଲେ  ମୁଁ ଏହି ସୁଡ଼ଙ୍ଗର ଉଦଘାଟନ ପାଇଁ ଜମ୍ମୁ ଏବଂ କାଶ୍ମୀରର ସୋନମାର୍ଗ ଗସ୍ତ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି ।  ଏହାକୁ ଜେଡ  ମୋଡ ସୁଡ଼ଙ୍ଗ କହିବାର କାରଣ ଏହା ଦେଖିବାକୁ ପୁରା ଇଂରାଜୀ ଅକ୍ଷରର ଜେଡ୍‌ ଆକାରର । ଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨  କିଲୋମିଟର ଦୂରତା  କମି ଯାଇ ୬.୫  କିଲୋମିଟର ସିମିତ ହୋଇଛି । ଆଉ ଏହି ଦୂରତା କୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍‌ର  ସମୟ  ଲାଗିବ । ସୁଡ଼ଙ୍ଗ ଖୋଲିଲେ ସବୁଠାରୁ ଅଧିକା ଲାଭ ହେବ ଯେ ଶୀତ ଦିନେ  ଜିବା ଆସିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ  ହାଇୱେରେ ଅଟକି ରହିବାକୁ ପଡିବ ନାହିଁ ।  

ଜେଡ୍‌ ମୋଡ ସୁଡ଼ଙ୍ଗ ବିଭିନ୍ନ କାରଣରୁ ସତ୍ବନ୍ତ୍ର । କୁହାଯାଉଛି  ଏହି ସୁଡ଼ଙ୍ଗ ରେ ଗାଡିଗୁଡିକ ୮୦ କିଲୋମିଟର ବେଗରେ   ପ୍ରତି ଘଣ୍ଟାକୁ ଦୌଡିବ ।  ସେହିପରି ୧୦୦୦  ଯାନବାହାନ ଚଳପ୍ରଚଳ କରିବାର ଧମତା ରଖୁଛି ଜେଡ ମୋଡ ସୁଡ଼ଙ୍ଗ। ଜାମ୍ମୁ  କାଶ୍ମୀରର  ମୁଖ୍ୟମନ୍ତ୍ରୀ  ଉମର  ଅବଦୁଲ୍ଲା ଏହି ସୁଡ଼ଙ୍ଗର ମଧ୍ୟ ପ୍ରଶଂସା କରିଛନ୍ତି।