କନକ ବ୍ୟୁରୋ: ଆଜି ‘ମନ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ୩ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ ଦେଖାଇ ସଚେତନ କରିଛନ୍ତି । କହିଛନ୍ତି ଫ୍ରଡ୍‌ କଲ୍ ଆସିଲେ ଧୈର୍ଯ୍ୟ ଧରିବା ସହ ସ୍ଥିତି ନୀରିକ୍ଷଣ କରିବା ସହ ପଦକ୍ଷେପ ନିଅନ୍ତୁ ।

Advertisment

କେମିତି କାମ କରନ୍ତି ଫ୍ରଡ୍ ଗ୍ୟାଙ୍ଗ୍?

- ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରଥାନ୍ତି
- ପୁରା ପରିବାରର ତଥ୍ୟ ନେଇଥାନ୍ତି
- ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରନ୍ତି
- ଫୋନରେ କଥା ହେବା ବେଳେ ଲୋକଙ୍କୁ ଭୟଭୀତ କରନ୍ତି
- ଗିରଫ କରିବାର ଭୟ ଦେଖାଇଥାନ୍ତି 
- ଲୋକେ ଡରିଯାଇ ଲକ୍ଷାଧିକ ଟଙ୍କା ହରାଉଛନ୍ତି

କେମିତି ରହିବେ ସୁରକ୍ଷିତ?

- କୌଣସି କଲ୍ ଆସିଲେ ଭୟ ନକରି ଶାନ୍ତ ରୁହନ୍ତୁ
- ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ
- କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ
- ସ୍କ୍ରିନସଟ୍ ନିଅନ୍ତୁ ନଚେତ୍ କଲ ରେକର୍ଡ କରନ୍ତୁ
- ସରକାରୀ ଅଧିକାରୀ ଫୋନ୍ କଲ କିମ୍ବା ଭିଡିଓ କଲରେ ପଚରାଉଚରା କରନ୍ତୁ ନାହିଁ
- ଆପଣଙ୍କଠାରୁ ଫୋନ୍ କରି ଟଙ୍କା ମାଗନ୍ତି ନାହିଁ
- ଆପଣଙ୍କୁ ଫୋନ୍ ମାଧ୍ୟମରେ ଧମକାନ୍ତି ନାହିଁ
- ରାଷ୍ଟ୍ରୀୟ ସାଇବର ହେଲ୍‌ପ ଲାଇନ୍‌ର ସାହଯ୍ୟ ନିଅନ୍ତୁ
- ତୁରନ୍ତ ୧୯୩୦ ନମ୍ବରକୁ କଲ୍ କରନ୍ତୁ
- ସାଇବର କ୍ରାଇମ ଡଟ୍ ଗଭ୍ ଡଟ୍ ଇନ୍‌ରେ ରିପୋର୍ଟ କରନ୍ତୁ
- ପରିବାର ପୋଲିସକୁ ଅବଗତ କରାନ୍ତୁ
- ସବୁ ପ୍ରମାଣ ସୁରକ୍ଷିତ ରଖନ୍ତୁ