ସୁଶୀଳା କାର୍କିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା : କହିଲେ, ଏହା ନାରୀ ସଶକ୍ତୀକରଣର ଉଦାହରଣ

ମୋଦୀଙ୍କ ଶୁଭେଚ୍ଛା: କହିଲେ, ଏହା ନାରୀ ସଶକ୍ତୀକରଣର ଉଦାହରଣ । ପଡ଼ୋଶୀ ଦେଶର ସମୃଦ୍ଧି, ସୁରକ୍ଷା ଓ ସ୍ଥାୟିତ୍ବ ପାଇଁ ଶୁଭ କାମନା

ନେପାଳକୁ ଭାରତର ବାର୍ତ୍ତା

ନେପାଳକୁ ଭାରତର ବାର୍ତ୍ତା Photograph: (KanakNews)

କନକ ବ୍ୟୁରୋ; ନେପାଳରେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁଶୀଳା କାର୍କି ।  ନେପାଳରେ ଗତ କିଛି ଦିନ ଧରି ଚାଲିଥିବା ବିରୋଧ ପ୍ରଦର୍ଶନ ପରେ, ନୂତନ ସରକାର ଶେଷରେ ତାଙ୍କ କାର୍ଯ୍ୟକାଳ ସମ୍ଭାଳିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି ।

ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମଧ୍ୟ ।  ସୁଶୀଳା କାର୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନାରୀ ସଶକ୍ତିକରଣ ଉଦାହରଣ ଦେଇ କାର୍କିଙ୍କ ନେତୃତ୍ବ ଉପରେ ଭରସା ପ୍ରକାଶ କରିଛନ୍ତି । ଏଥିସହ ପଡୋଶୀ ଦେଶର ସୁରକ୍ଷା, ସ୍ଥାୟିତ୍ବ ଓ ସମୃଦ୍ଧିକୁ ସଠିକ ଦିଗରେ ଅନ୍ତରୀଣ ସରକାର ଆଗେଇ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe