କନକ ବ୍ୟୁରୋ; ନେପାଳରେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁଶୀଳା କାର୍କି ।  ନେପାଳରେ ଗତ କିଛି ଦିନ ଧରି ଚାଲିଥିବା ବିରୋଧ ପ୍ରଦର୍ଶନ ପରେ, ନୂତନ ସରକାର ଶେଷରେ ତାଙ୍କ କାର୍ଯ୍ୟକାଳ ସମ୍ଭାଳିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି ।

Advertisment

ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମଧ୍ୟ ।  ସୁଶୀଳା କାର୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନାରୀ ସଶକ୍ତିକରଣ ଉଦାହରଣ ଦେଇ କାର୍କିଙ୍କ ନେତୃତ୍ବ ଉପରେ ଭରସା ପ୍ରକାଶ କରିଛନ୍ତି । ଏଥିସହ ପଡୋଶୀ ଦେଶର ସୁରକ୍ଷା, ସ୍ଥାୟିତ୍ବ ଓ ସମୃଦ୍ଧିକୁ ସଠିକ ଦିଗରେ ଅନ୍ତରୀଣ ସରକାର ଆଗେଇ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।