କନକ ବ୍ୟୁରୋ : ଜନ୍ମଦିନରେ ମୋଦି ନିଜ ମାଆଙ୍କ ପାଖକୁ ଯାଇ ଜନ୍ମଦିନ ପାଳିଥାନ୍ତି ଓ ଆଶୀର୍ବାଦ ପାଇଥାନ୍ତି । କିନ୍ତୁ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ମାଟିରେ ଜନ୍ମଦିନ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଡ଼କଣରେ ପ୍ରଥମେ ପଂହଚିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କଠାରୁ କ୍ଷୀରି ଖାଇଥିଲେ ନରେନ୍ଦ୍ର ମୋଦି ।
ମୋଦି ଆସିଥିବାରୁ ଲୋକେ ଘରକୁ ସଜାଇବା ସହ ଘର ଆଗରେ କଳସ ବସାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇବା କ୍ଷୀରି ଖାଇଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପାଇଁ ଅନ୍ତର୍ୟ୍ୟାମୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ ଓ ପୂଜାର୍ଚ୍ଚନା ବି କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଲଡୁ ବାଣ୍ଟିଲା ଓଟିଡିସି । ଜନତା ମୈଦାନ ବାହାରେ ସାଧାରଣ ଲୋକଙ୍କୁ ବଣ୍ଟାଗଲା ଲଡୁ । ସୁଭଦ୍ରା ଯୋଜନା ଶୁଭାରମ୍ଭ ସମୟରେ ଜନତା ମୈଦାନକୁ ଆସିଥିବା ଲୋକଙ୍କୁ ଲଡୁ ବଂଟାଯାଇଛି । ଜୟଦେବ ବିହାରରୁ ଜାଭିୟର ଛକ ଯାଏ ବିଭିନ୍ନ ଷ୍ଟଲ କରାଯାଇ ଲୋକଙ୍କୁ ଲଡୁ ବଂଟାଯାଇଥିଲା । କିଏ ଗୀତ ଗାଇ କି ଏ କବିତା ପାଠ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଛକରେ ବି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ କେକ କାଟି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କରିଛନ୍ତି । ଭୁବନେଶ୍ୱର ବିଜେପି ଅଫିସରେ ସେବା ପକ୍ଷ ପ୍ରଦର୍ଶନୀର ବି ଆୟୋଜନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/tgEdxwaTVtLztgBUjfVh.jpg)