ମୋଦୀଙ୍କ ଋଷ ଗସ୍ତ ବାତିଲ । ମସ୍କୋ ଭିକ୍ଟ୍ରି ଡେ’ ପରେଡରେ ଭାଗ ନେବାକୁ ଯାଇଥାନ୍ତେ

ମୋଦୀଙ୍କ ଋଷ ଗସ୍ତ ବାତିଲ । ମସ୍କୋ ଭିକ୍ଟ୍ରି ଡେ’ ପରେଡରେ ଭାଗ ନେବାକୁ ଯାଇଥାନ୍ତେ । ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥାଅନ୍ତେ । 

pm-russia visit

pm-russia visit Photograph: (KanakNews)

କନକ ବ୍ୟୁରୋ: ରଦ୍ଦ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ । ମେ ୯ ତାରିଖରେ ମସ୍କୋଠାରେ ହେବାକୁ ଥିବା ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବେନି ମୋଦୀ । 
ଏହି ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋବ୍  । ଯଦିଓ ଏହି ଗସ୍ତ ରଦ୍ଦ ହେବାର କାରଣ କହିନାହାନ୍ତି,  କୁହାଯାଉଛି , ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । 

ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜର୍ମାନୀ ଉପରେ ଋଷର ବିଜୟର ୮୦ ବର୍ଷ ଉପଲେକ୍ଷେ ମସ୍କୋରେ ପ୍ରତିବର୍ଷ ମେ ୯ ତାରିଖରେ ଭିକ୍ଟ୍ରି ପରେଡ ଡେ ପାଳନ କରାଯାଏ । ଏହି ବର୍ଷ ମୋଦୀଙ୍କୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe