କନକ ବ୍ୟୁରୋ: ରଦ୍ଦ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ । ମେ ୯ ତାରିଖରେ ମସ୍କୋଠାରେ ହେବାକୁ ଥିବା ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବେନି ମୋଦୀ ।
ଏହି ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋବ୍ । ଯଦିଓ ଏହି ଗସ୍ତ ରଦ୍ଦ ହେବାର କାରଣ କହିନାହାନ୍ତି, କୁହାଯାଉଛି , ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।
ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜର୍ମାନୀ ଉପରେ ଋଷର ବିଜୟର ୮୦ ବର୍ଷ ଉପଲେକ୍ଷେ ମସ୍କୋରେ ପ୍ରତିବର୍ଷ ମେ ୯ ତାରିଖରେ ଭିକ୍ଟ୍ରି ପରେଡ ଡେ ପାଳନ କରାଯାଏ । ଏହି ବର୍ଷ ମୋଦୀଙ୍କୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା ।