କନକ ବ୍ୟୁରୋ: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଟଳିପୁତ୍ରରେ ବନ୍ଦେ ଭାରତ ଟ୍ରେନର ମରାମତି କାରଖାନାର ଐତିହାସିକ ଶିଳାନ୍ୟାଶ, ବିହାରବାସୀଙ୍କୁ ଦେଲେ ୭୨୧୭ କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ୭୨୧୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଜଡ଼ିତ ।

Advertisment

ମୋଦୀ ଗାନ୍ଧୀ ମୈଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଭାଗ ନେଇଛନ୍ତି, ଯେଉଁଠାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପସ୍ଥିତ ଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଚାରିଟି ନୂଆ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ୪ ହଜାର ୮୦ କୋଟି ଟଙ୍କାର ଦରଭଙ୍ଗା-ନରକଟିଆଗଞ୍ଜ ଡବଲ ରେଳ ଲାଇନ ପାଇଁ ଶିଳାନ୍ୟାସ କରାଯାଇଛି । ଯାହା ଉତ୍ତର ବିହାରର ସଂଯୋଗକୁ ମଜଭୁତ କରିବ । ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟରେ ପାଟଳୀପୁତ୍ରରେ ବନ୍ଦେ ଭାରତ ଟ୍ରେନର ରକ୍ଷଣାବେକ୍ଷଣ ପାଇଁ କାରଖନା ଏବଂ ଭାଟଣୀ-ଛାପରା ଗ୍ରାମୀଣ ରେଳ ଲାଇନରେ ସ୍ୱୟଂଚାଳିତ ସଙ୍କେତ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।