କନକ ବ୍ୟୁରୋ: ଆଜି ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳିଛି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ଆସି ସିଧାସଳଖ ସେଠାରେ ପହଞ୍ଚିବା ପରେ ଏହି ଯୋଜନାର ଶୁଭ ଉଦଘାଟନ କରିବା ସହ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ ।
ପ୍ରଥମେ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଗୃହକୁ ଉଦଘାଟନ କରି ତାଙ୍କ ସହ ଗୃହ ପ୍ରବେଶ କରିଥିଲେ ମୋଦୀ । ଅନ୍ତର୍ଯ୍ୟାମୀଙ୍କ ଘରେ ତାଙ୍କ ଘର ଠାକୁରଙ୍କୁ ପୂଜା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋଦୀ ମଧ୍ୟ ଖିରି ଖାଇଥିଲେ । ଏହାପରେ ଅନ୍ତର୍ଯ୍ୟାମୀଙ୍କ ସହ ହିତାଧିକାରୀଙ୍କ ପରିବାରକୁ ଭେଟି ତାଙ୍କ ସହ ପାଖାପାଖି ଅଧଘଣ୍ଟା ଆଲୋଚନା କରିଥିଲେ । ଏହାପରେ ଜନତା ମୈଦାନ ଅଭିମୁଖେ ବାହାରିଥିଲେ ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/SJx7Kmva4l3zxOeSXZru.jpg)