ମୋଦୀଙ୍କ ମନ୍‌ କି ବାତ୍‌ରେ ପହଲଗାମ କଥା, କହିଲେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବ

Advertisment

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।' 

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।' 

modi--

କନକ ବ୍ୟୁରୋ: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍‌ କି ବାତ୍‌ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍‌ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି । 

ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥା ହେଉଛି ମୋ ମନରେ ଅନେକ ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ଏହି ବର୍ବରକାଣ୍ଡ ଦେଶର ପ୍ରତିଟି ନାଗରିକଙ୍କୁ ଦୁଃଖ ଦେଇଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏଭଳି ଆତଙ୍କୀ ଆକ୍ରମଣକୁ ଆଜି ପ୍ରତିଟି ଦେଶବାସୀଙ୍କ ମନରେ କ୍ରୋଧ ଜନ୍ମ ନେଇଛି ।' 

ମୋଦୀ ଆହୁରି କହିଛନ୍ତି, 'ଯେଉଁମାନେ ଏଭଳି ଭୀରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ସେମାନେ କେତେ ହତାସ ତାହା ଦର୍ଶାଇଛନ୍ତି । ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ସ୍କୁଲ ଓ କଲେଜ ସ୍ୱାଭାବିକ ଢଙ୍ଗରେ ଚାଲିଥିଲା, ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଣତନ୍ତ୍ର ମଜଭୁତ ହେଉଥିଲା । ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ କାଶ୍ମୀରରେ ପାଦ ପକାଇଥିଲେ, ଏଣୁ ରୋଜଗାର ମଧ୍ୟ ବଢ଼ିବାରେ ଲାଗିଥିଲା । ହେଲେ ଏସବୁ ବିକାଶମୂଳକ କାର୍ଯ୍ୟକୁ ଆତଙ୍କୀମାନେ ସହିପାରିଲେ ନାହିଁ ।'

ପ୍ରଧାନମନ୍ତ୍ରୀ କହିଲେ, 'ଆତଙ୍କବାଦୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଦେଶବାସୀ ଏକ ହୋଇଛନ୍ତି । ଏହାହିଁ ଆମର ବଳ, ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହି ବଳ ହିଁ ଆମ ଆଧାର ହେବ । ଆମକୁ କେବଳ ଆମ ସଂକଳ୍ପକୁ ମଜଭୁତ କରିବାର ଅଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।'    

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବଶ୍ୱନେତାମାନେ ପ୍ରଧାନମନ୍ତ୍ରୀ ଫୋନ୍ କରି କିମ୍ବା ଚିଠି ମାଧ୍ୟମରେ ସମବେଦନା ଜଣାଇଛନ୍ତି । ମୋଦୀ କହିଛନ୍ତି ଯେ, ସାରା ବିଶ୍ୱ ୧୪୦ କୋଟି ଭାରତୀୟଙ୍କ ସହ ଠିଆ ହୋଇଛି ।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe