କନକ ବ୍ୟୁରୋ: ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ବ୍ରୁନେଇକୁ ପ୍ରଥମ ଗସ୍ତ କରୁଥିବା ବେଳେ ସେଠାରେ ବିଶ୍ୱର ସବୁଠାରୁ ଧନୀ ସୁଲତାନଙ୍କୁ ଭେଟିବେ । ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇ ଗସ୍ତ କରିଛନ୍ତି । ମୋଦୀଙ୍କ ଗସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହେବ । ବ୍ରୁନେଇରେ କାର୍ଯ୍ୟକ୍ରମ ସାରି ଆସନ୍ତା କାଲି ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବେ । ସେଠାରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ରଙ୍ଗଙ୍କ ସହ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ନେଇ ଆଲୋଚନା କରିବେ । ୫ ତାରିଖରେ ତିନି ଦିନିଆ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିବେ ।